ବଡ଼ଚଣାରେ ବର୍ଷାଙ୍କ ନିର୍ବାଚନୀ ପ୍ରଚାର, କହିଲେ- ନିଷ୍ଠାର ସହ ବଡ଼ଚଣାବାସୀଙ୍କ ସେବା କରିବି

Published By : Prameya-News7 Bureau | April 26, 2024 IST

ଚଣ୍ଡିଖୋଲ: ବଡ଼ଚଣାରେ ବର୍ଷାଙ୍କ ନିର୍ବାଚନୀ ପ୍ରଚାର। ଯାଜପୁର ବଡ଼ଚଣା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ପାର୍ଥୀ କରିଥିବାବେଳେ, ବର୍ଷା ଏବେ ଓହ୍ଲାଇଛନ୍ତି ନିର୍ବାଚନ ମୈଦାନକୁ। 

ଶୁକ୍ରବାର ବର୍ଷା ପ୍ରିୟଦର୍ଶିନୀ ଯାଜପୁର ଛତିଆ ଠାରେ ପହଞ୍ଚିବା ପରେ ବଡ଼ଚଣା ବିଜେଡି ନେତା ଓ କର୍ମୀ ମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହା ପରେ ହଜାର ହଜାର ସଂଖ୍ୟାରେ ସମର୍ଥକମାନେ ବାଇକ ଶୋଭାଯାତ୍ରାରେ ବାହାରି ଛତିଆରୁ ବାହାରି ଚଣ୍ଡିଖୋଲ ସ୍ଥିତ ମହାବିନାୟକ ଶୈବ ପୀଠ ଠାରେ ପହଞ୍ଚିଥିଲେ। 


ଏହାପରେ ପ୍ରଭୁ ମହାବିନାୟକଙ୍କ ଦର୍ଶନ କରି ନିଜର ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି। ବର୍ଷାଙ୍କ ସହିତ ଯାଜପୁର ସାଂସଦ ପାର୍ଥୀ ଶର୍ମିଷ୍ଠା ସେଠି ଉପସ୍ଥିତ ରହିଥିଲେ। ବର୍ଷାଙ୍କ ପାଇଁ ସମଗ୍ର ପରିବେଶ ଜନ ସମୁଦ୍ର ପାଲଟିଥିଲା। ବିଭିନ୍ନ ଛକ ବଜାର ଓ ରାସ୍ତା କଡ଼ରେ ବର୍ଷାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। 

ତେବେ ଏନେଇ ବର୍ଷା ପ୍ରତିକ୍ରିୟା ରଖିବା ସହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି ନିଷ୍ଠାର ସହ କାମ କରିବି ଆଜି ଲୋକଙ୍କ ଯେଉଁ ଭଳି ଭଲପାଇବା ଓ ସମର୍ଥନ ମିଳିଛି ତାହା ନିର୍ବାଚନରେ ପ୍ରତିଫଳନ ହେବ ବୋଲି ବର୍ଷା ପ୍ରିୟଦର୍ଶନୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.