Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗଣେଶ ଭସାଣୀ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଥାନା ସମ୍ମୁଖରେ ଧାରଣା ଦେଲେ ପୀଡିତ ପରିବାର

27/09/2021 at 4:10 PM

ନିଶ୍ଚିନ୍ତକୋଇଲି ୨୭।୯: ଗଣେଶ ଭସାଣୀ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ । ଆଉ ଥାନାରେ ଲିଖିତ ଅଭିଯୋଗ ଦେଲା ପରେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ସିପୁରା ଗାଁରେ ।

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖ ସଂଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଗୋବରୀ ନଦୀକୁ ସାହି ପିଲା ନେଉଥିବା ବେଳେ ସେହି ଗାଁର ସନ୍ଦୀପ ରାଉତରାୟ ଓ ସୁଜିତ୍ ରାଉତରାୟ ମିଳିତ ଭାବେ ରାକେଶ ସାମଲଙ୍କୁ ଏକ ଖଣ୍ଡା ଧରି ମରଣାନ୍ତକ ଆକ୍ରମଣ କରିଥିବା ଲିଖିତ ଅଭିଯୋଗ ଗତ ୧୫ ତାରିଖରୁ ମାହାଙ୍ଗା ଥାନାରେ କରିଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନାହିଁ । ଏପଟେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୈ।ଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆହାତ ରାକେଶ ଓ ତାଙ୍କ ପରିବାରଙ୍କୁ ଅଭିଯୁକ୍ତମାନେ ପୁନଃ ଧମକ ଚମକ ଦେଉଥିବା ଅଭିଯୋଗ ପୀଡିତ ପରିବାର କରି ତୁରନ୍ତ ଦୋଷୀମାନଙ୍କୁ ଗିରଫ କରିବା ଦାବିରେ ମାହାଙ୍ଗା ଥାନା ଆଗରେ ଗାନ୍ଧୀ ଫଟୋଚିତ୍ର ସହ ଧାରଣାରେ ବସିଛନ୍ତି । ଏପଟେ ପୋଲିସ ଅଭିଯୁକ୍ତ ବିରୋଧରେ ୨୦୪/୨୦୨୧ରେ କେଶ୍ କରି ୩୪୧, ୨୯୪, ୩୨୩, ୩୨୪, ୩୦୭, ୫୦୬, ୩୭୯ ଓ ୩୪ ଆଇପିସିରେ ମାମଲା ରୁଜୁ କରି ଚୁପ୍ ହୋଇ ବସିଯାଇଛି ।

ଅପରପକ୍ଷ ଅଭିଯୁକ୍ତଙ୍କ ପକ୍ଷରୁ ଆଉ ଗୋଟିଏ କାଉଣ୍ଟର କେଶ୍ ଅଭିଯୋଗ ହୋଇଥିବା ମାହାଙ୍ଗା ଥାନା ଅଧିକାରୀ ସୂଚନା ଦେଇଛନ୍ତି । କେଶ୍ ଆଉ କାଉଣ୍ଟର କେଶ୍ କରି ବସିଯାଉଛି ମାହାଙ୍ଗା ପୋଲିସ ତେଣୁ ନ୍ୟାୟ ପାଉନାହାନ୍ତି ପିଡୀତ ପରିବାର । ଯାହାକି ସୁରକ୍ଷା ଆଉ ନ୍ୟାୟ ପାଇଁ ଗାନ୍ଧୀ ଫଟୋଚିତ୍ର ସହ ଧାରଣାରେ ବସିବାକୁ ପଡୁଛି ଥାନା ଦାଣ୍ଡରେ । ମାହାଙ୍ଗା ଥାନାର ଏ ଗୋଟିଏ ଘଟଣା ନୁହେଁ । ଚଳିତ ମାସ ୨୫ ତାରିଖରେ ନବ ବିବାହିତା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ତାଙ୍କର ଶ୍ବଶୁର ଘର ଲୋକମାନଙ୍କୁ ଗିରଫ ଦାବିରେ ମାହାଙ୍ଗା ଥାନା ଦାଣ୍ଡରେ ଧାରଣା ଦେବାକୁ ପଡ଼ିଥିଲା ପିଡୀତ ମହିଳା ଓ ତାଙ୍କ ପରିବାରଙ୍କୁ । ତେଣୁ ପ୍ରଶ୍ନ ଉଠୁଛି ମାହାଙ୍ଗା ଥାନା ଅଧିକାରୀ ଏଠି କାହା ସ୍ବାର୍ଥରେ କାମ କରୁଛନ୍ତି ? ଏ ବାବଦରେ ପିଡୀତ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତେଣୁ ପୋଲିସ ବିଭାଗର ଉଚ୍ଚ ପଦାଧିକାରୀ ଏଭଳି ସଂବେଦନଶୀଳ ଘଟଣାରେ ଏହି ଥାନା ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

   Related Posts