କରୋନା ସଂକ୍ରମିତ ଗର୍ଭବତୀ ଜନ୍ମ ଦେଲେ ଯାଆଁଳା ଶିଶୁ

Published By : Prameya-News7 Bureau | May 13, 2020 IST

ବ୍ରହ୍ମପୁର୧୩/୫: ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲରେ କରୋନା ସଂକ୍ରମିତ ମହିଳା ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ବ୍ରହ୍ମପୁର ହସ୍ପିଟାଲରେ ବୁଧବାର ସକାଳୁ ସିତଲାପଲ୍ଲୀ କୋଭିଡ ହସ୍ପିଟାଲରୁ ଆସିଥିବା କରୋନା ସଂକ୍ରମିତ ଗର୍ଭବତୀ ମହିଳା ବିନା ଅସ୍ତ୍ରୋପଚାରରେ ୨ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏମ୍ କେ ସି ଜି କୋଭିଡ୍ କର୍ଣ୍ଣର୍‌ରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଗୁଞ୍ଜରଣ ସୃଷ୍ଟି କରିଛି। ନବଜାତ ୨ଟି ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଶିଶୁର ଚିକିତ୍ସାରେ ଲାଗି ପଡିଛନ୍ତି ଡାକ୍ତରୀ ଟିମ୍। ଏପରି ଘଟଣାରେ କଣ ଯାଇପାରିବ, ଏନେଇ ଡାକ୍ତରମାନେ ଚେଷ୍ଟା ଜାରି ରଖିଛନ୍ତି। ଏ ସଂପର୍କରେ ସୂଚନା ଦେଇଛନ୍ତି ଶିଶୁ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁନୀଲ୍ ଅଗ୍ରୱାଲ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.