କେଉଁଠି ରାସ୍ତା ତ କେଉଁଠି କୋଠା, ଭୂକମ୍ପରେ ଭାଙ୍ଗିଗଲା ଉଦଲଗୁରୀ ପାହାଡ

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮/୦୪ : ବୁଧବାର ସକାଳେ ଆସାମରେ ୬.୪ ତୀବ୍ରତାର ଭୂକମ୍ପ ହୋଇଛି। ତେଜପୁର ଭୂକମ୍ପର କେନ୍ଦ୍ର ଥିଲା ବୋଲି କୁହାଯାଉଛି। ଭୂକମ୍ପ ଝଟକା ଏତେ ତୀବ୍ର ଥିଲା ଯେ ବିହାର ଓ ଉତ୍ତର ବଙ୍ଗଳାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପ ଝଟକାରେ କେଉଁଠି ରାସ୍ତାରେ ଫାଟ ସୃଷ୍ଟି ହୋଇଛି ତ କେଉଁଠି ବଡ ବଡ କୋଠା ବଙ୍କା ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେବାଲଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ତରଫରୁ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି। 

{"id":445447,"sizeSlug":"large","linkDestination":"none"}

ମୋଦି ଟ୍ୱିଟ କରି କହିଛନ୍ତି, ଆସାମର ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଥିବା ସମ୍ବନ୍ଧରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟକୁ ସବୁ ସମ୍ଭାବ୍ୟ ସାହାଯ୍ୟ ପାଇଁ ଆଶ୍ୱାସନା ଦିଆଯାଇଛି। ଏହା ସହ ଆସାମ ଜନତାଙ୍କ କୁଶଳ କାମନା କରିଛନ୍ତି।

{"id":445448,"sizeSlug":"large","linkDestination":"none"}

ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଭୂକମ୍ପ ପରେ ହୋଇଥିବା କ୍ଷୟକ୍ଷତିର କିଛି ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଭୂକମ୍ପ ତୀବ୍ରତା ଦେଖି ଅଧିକାରୀ ବଡ ଧରଣର କ୍ଷୟକ୍ଷତି ହୋଇଥିବା ଆଶଙ୍କା କରିଛନ୍ତି।

{"id":445450,"sizeSlug":"large","linkDestination":"none"}

ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଭୂକମ୍ପ ପରେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଗୃହମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ କେନ୍ଦ୍ର ସରକାର ଆସାମବାସୀଙ୍କ ସହ ଦୃଢତାର ସହ ଛିଡା ହୋଇଛି। ଏହାସହ ସେ ସମସ୍ତଙ୍କ ସୁରକ୍ଷା କାମନା କରିଛନ୍ତି।

{"id":445449,"sizeSlug":"large","linkDestination":"none"}

ଆସାମରେ ହୋଇଥିବା ୬.୪ ତୀବ୍ରତାର ଭୂକମ୍ପରେ କେବଳ ରାସ୍ତାଘାଟ, କୋଠା, ଘର ହିଁ ଭାଙ୍ଗିନି ବରଂ ରାଜ୍ୟର ଉଦଲଗୁରୀ ପାହାଡ ମଧ୍ୟ ଭାଙ୍ଗି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.