କଂଗ୍ରେସ ସହ ମେଣ୍ଟ ଗଠନକୁ ନେଇ କେଜ୍ରିୱାଲଙ୍କ ବଡ ବୟାନ "ମୋଦି-ଶାହ ଯୋଡିକୁ ପରାସ୍ତ କରିବା ପାଇଁ କିଛି ବି କରିପାରିବି"

Published By : Prameya-News7 Bureau | April 14, 2019 IST

ନୂଆଦିଲ୍ଲୀ ୧୪/୪ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ମେଣ୍ଟ ଗଥିବା ନେଇ ବଡ ବୟାନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କୁ ହରାଇବା ପାଇଁ କିଛି ବି କରାଯାଇପାରେ ବୋଲି ସେ କହିଛନ୍ତି | ଇଭିଏମ ମେସିନକୁ ନେଇ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ | ବିଜେପି ଇଭିଏମ ମେସିନ ସହ ଗଡବଡୀ କରୁଛି ବୋଲି ସେ କହିଥିଲେ | ଦିଲ୍ଲୀରେ ଆପ ଏବଂ କଂଗ୍ରେସ ମେଣ୍ଟକୁ ନେଇ ଏବେ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନଥିବା ବେଳେ କେଜ୍ରିୱାଲ ଏହିଭଳି ବୟାନ ଦେଇଛନ୍ତି | କଂଗ୍ରେସ ଆପ ସହ ମେଣ୍ଟ ଗଥିବାକୁ ମନା କରିଦେଇଥିଲା | ଆମ ଆଦମୀ ପାର୍ଟି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ପୁଣିଥରେ କଂଗ୍ରେସ ସହ ମେଣ୍ଟ କରିବାକୁ କଂଗ୍ରେସକୁ ପ୍ରସ୍ତାବ ଦେଇଛନ୍ତି |


ସିସୋଡ଼ିଆ କହିଛନ୍ତି ଯେ, ଦିଲ୍ଲୀ ସହ ହରିୟାଣା ଏବଂ ଚଣ୍ଡୀଗଡ଼ରେ ମେଣ୍ଟ ଗଠନ କରି ବିଜେପିକୁ ୧୮ଟି ଆସନରୁ ପରାସ୍ତ କରାଯାଇପାରିବ | ଶେଷ ନିଷ୍ପତ୍ତି କଂଗ୍ରେସର | ବର୍ତ୍ତମାନ ପରିସ୍ଥିତିରେ ମୋଦି-ଶାହ ଯୋଡିକୁ ପରାସ୍ତ କରିବାର ଅଛି ନା ଅଧିକ ଆସନରୁ ନିର୍ବାଚନ ଲଢ଼ି ରେକର୍ଡ ସୃଷ୍ଟି କରିବାର ଅଛି ତାହା କଂଗ୍ରେସ ନିର୍ଣ୍ଣୟ କରିବା ବୋଲି କହିଛନ୍ତି ସିସୋଡ଼ିଆ |


ସୂଚନାଯୋଗ୍ୟ ଯେ, କଂଗ୍ରେସ କେବଳ ଦିଲ୍ଲୀରେ ମେଣ୍ଟ ଗଢିବା ପାଇଁ ପ୍ରସ୍ତାବ ରଖିଛି | ଆପ ସାଂସଦ ସଞ୍ଜୟ ସିଂହ କଂଗ୍ରେସ ସହ ମେଣ୍ଟ କରିବାକୁ ନେଇ ସିଧାସଳଖ ମନା କରିଦେଇଥିଲେ | ତେବେ କେବଳ ଦିଲ୍ଲୀରେ ମେଣ୍ଟ ଗଠନ କରି ବିଜେପି ପରାସ୍ତ କରିବା ସମ୍ଭବ ନିଁହେଁ ବୋଲି କହିଛନ୍ତି ଆପ ସଂଯୋଜକ ଗୋପାଳ ରାୟ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.