Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଅରୁଣ ଜେଟଲୀଙ୍କ ସରକାରୀ ବାସଭବନରେ ହୋଇଥିଲା ବୀରେନ୍ଦ୍ର ସେହଓ୍ବାଗଙ୍କ ବିବାହ : ନିଜେ ସମ୍ଭାଳିଥିଲେ ସମସ୍ତ ଦାୟିତ୍ବ…

24/08/2019 at 4:43 PM

ନୂଆଦିଲ୍ଲୀ ୨୪/୮: ପୂର୍ବତନ ଅର୍ଥ ମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ଆମ ଗହଣରେ ନାହାନ୍ତି। ଜେଟଲୀ ଆଜି ଦ୍ବିପ୍ରହର ୧୨ଟା ୭ରେ ଦିଲ୍ଲୀର ଏମସ୍ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନରୁ କ୍ୟାନସରରେ ପୀଡ଼ିତ ଥିବା ଜେଟଲୀ ପେସାରେ ଜଣେ ଓକିଲ ଥିଲେ। ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ସକ୍ରିୟ ହେବା ସହ ତାଙ୍କର ଖେଳ ଜଗତରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ରହିଥିଲା।

ଅରୁଣ ଜେଟଲୀ ୧୯୯୯ମସିହାରୁ ୨୦୧୨ମସିହା ଯାଏଁ ଡିଡିସିଏ (ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିଟ୍ କ୍ରିକେଟ ଆସୋସିଏସନ)ର ଅଧ୍ୟକ୍ଷ ଥିଲେ।  ଯେତେବେଳେ ସେ ବୀରେନ୍ଦ୍ର ସେହଓ୍ବାଗଙ୍କ ବିବାହ ପାଇଁ ତାଙ୍କ ସରକାରୀ ଆବାସକୁ ଦେଇଥିଲେ । ସେସମୟରେ ତାଙ୍କର କ୍ରିକେଟ ପ୍ରତି ପ୍ରେମ ଖୁବ୍ ଚର୍ଚ୍ଚାରେ ଥିଲା। ତାଙ୍କର ଦିଲ୍ଲୀ ସ୍ଥିତ ବଙ୍ଗଳାରେ ବୀରେନ୍ଦ୍ର ସେହଓ୍ବାଗ ଏବଂ ଆରତୀଙ୍କ ବିବାହ ହୋଇଥିଲା।

ଏହି ବିବାହରେ ଖେଳ,ବଲିଉଡ ଏବଂ ରାଜନୀତି ଜଗତର ଅନେକ ହସ୍ତୀ ଯୋଗ ଦେଇଥିଲେ। ଗୋଟିଏ ବି ମିଡିଆଲୋକଙ୍କୁ ଭିତରେ ଯିବାକୁ ଅନୁମତି ମିଳିନଥିଲା। ଅତିଥିଙ୍କୁ ଭିତରକୁ ପ୍ରବେଶ ପାଇଁ ନିମନ୍ତ୍ରଣ କାର୍ଡ଼ ଦେଖାଇ ଯିବାକୁ ପଡ଼ୁଥିଲା। ବିବାହ ହରିୟାଣାର ରୀତିନୀତି ଅନୁସାରେ ହୋଇଥିଲା।

ଅରୁଣ ଜେଟଲୀ କୈଳାଶ କଲୋନୀରେ ଥିବା ନିଜ ବାସଭବନରେ ରହୁଥିଲେ। ସେଠାରେ ଅଶୋକା ରୋଡରେ ତାଙ୍କର ସରକାରୀ କ୍ବାର୍ଟର ଥିଲା ଯାହା ସମସ୍ତଙ୍କ ସହାୟତା ଲାଗି  ସବୁବେଳେ ଖୋଲା ରହୁଥିଲା। ଏଠାରେ ସେହଓ୍ବାଗଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ଅରୁଣ ତାଙ୍କର କର୍ମଚାରୀଙ୍କୁ ମଧ୍ୟ ବିବାହରେ ସହାୟତା କରିବା ଲାଗି ନିୟୋଜିତ କରିଥିଲେ। ଏହା ସହିତ କ୍ୟାଟେରିଙ୍ଗର ବ୍ୟବସ୍ଥା ମଧ୍ୟ ଜେଟଲି ନିଜେ କରିଥିଲେ।

ବିବାହ ପରେ ଦିଲ୍ଲୀର ଏକ ଫାଇଭଷ୍ଟାର ହୋଟେଲରେ ଭବ୍ୟ ରିସେପ୍ସନ୍ ହୋଇଥିଲା। ଆରତୀ ଅହଲାଓ୍ବତ ସେହଓ୍ବାଗ ପ୍ରସିଦ୍ଧ ଓକିଲ ସୁରଜ ସିଂହ ଅହଲାଓ୍ବତଙ୍କ ଝିଅ। ଆରତୀ ଦିଲ୍ଲୀର ମୈତ୍ରେୟୀ କଲେଜରୁ ଗ୍ରାଜୁଏସନ କରିଛନ୍ତି।

ଜେଟଲୀ ଅଗଷ୍ଟ ୯ତାରିଖରୁ ଦିଲ୍ଲୀର ଏମସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ୬୬ବର୍ଷ ବୟସ୍କ ଜେଟଲୀ ଚଳିତ ବର୍ଷ ଲୋକସଭା ନିର୍ବାଚନ ଲଢ଼ି ପାରିନଥିଲେ। ଗତ ୯ତାରିଖରୁ ଅସୁସ୍ଥତା କାରଣରୁ ଏମ୍ସରେ ଭର୍ତ୍ତି ହୋଇଥିଲେ ।

   Related Posts