ରେଳ ଷ୍ଟେସନରୁ ୫୦ ନରକଙ୍କାଳ ସହ ଖପୁରୀ ଜବତ ; ଜଣେ ଗିରଫ

Published By : Prameya-News7 Bureau | November 28, 2018 IST

ଛପରା ୨୮|୧୧:  ବିହାରର ଛପରା ରେଳ ଷ୍ଟେସନରୁ ବହୁତ ସଂଖ୍ୟାରେ ନରକଙ୍କାଳ ଏବଂ ମଣିଷ ଖପୁରୀ ଜବତ କରାଯାଇଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସଞ୍ଜୟ ପ୍ରସାଦ । ସେ ବଲିୟା-ସିୟାଲଦାହ ଏକ୍ସପ୍ରେସରେ ଯାତ୍ରା କରୁଥିଲା ବୋଲି ଜିଆରପି ପୋଲିସ ପକ୍ଷରୁ ସୂଚନା ମିଳିଛି । ପ୍ରାରମ୍ଭିକ ଯାଞ୍ଚ ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ ବଲିୟା ସହରରୁ ଏହି ସବୁ ନରକଙ୍କାଳଗୁଡିକୁ ଭୁଟାନକୁ ଚାଲାଣ କରିବାର ଯୋଜନା କରିଥିଲେ । ତାଙ୍କ ନିକଟରୁ ୩୪ଟି ନରକଙ୍କାଳ ଏବଂ ୧୬ଟି ମଣିଷ ଖପୁରୀ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନିକଟରୁ କେତେକ ବ୍ୟାଙ୍କର ଏଟିଏମ୍ ଏବଂ ଭୁଟାନ୍ ମୁଦ୍ରା ସହ ଅନ୍ୟ ସାମଗ୍ରୀ ପୋଲିସ ଜବତ କରିଛି । ପଚରାଉଚାରା ବେଳେ ଗିରଫ ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ସେ ସେହି ନରକଙ୍କାଳଗୁଡିକୁ ଉତ୍ତରପ୍ରଦେଶ ବିଲିୟାରୁ କିଣିଥିଲେ । ତାଙ୍କର ଯୋଜନା ଥିଲା ପଶ୍ଚିମବଙ୍ଗର ଜଲପାଇଗୁଡି ହୋଇ ଭୁଟାନ ଯିବାର ଯୋଜନା କରିଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.