ଗିରଫ ହେଲେ ସେନା ଯବାନ, ଇଭିଏମରେ ହେରଫେର କରିବାକୁ କହି ମାଗୁଥିଲେ ଅଢ଼େଇ କୋଟି ଟଙ୍କା

Published By : Prameya-News7 Bureau | May 08, 2024 IST

ମୁମ୍ବାଇ: ଶିବସେନା (ଉଦ୍ଦବ ଗୋଷ୍ଠୀ) ନେତା ଅମ୍ବାଦାସ ଦନଭେଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଛତ୍ରପତି ଶିବାଜୀ ନଗର ପୋଲିସ ଜଣେ ସେନା ଅଧିକାରୀଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଏହି ସେନା କର୍ମଚାରୀ ନିର୍ବାଚନରେ ଇଭିଏମରେ ହେରାଫେରି କରିବାକୁ କହି ତାଙ୍କୁ ପ୍ରାୟ ୨.୫ କୋଟି ଟଙ୍କା ମାଗିଥିଲେ।

ଏନେଇ ବିରୋଧୀ ଦଳ ନେତା ଦନଭେ ପୋଲିସ୍‌ରେ ଏକ ଲିଖିତ ଅଭିଯୋଗ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଦନଭେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ନାଁ ମାରୁତି ଧାକନେ (୪୨)। ସେ କହିଛନ୍ତି ଧାକନେ ତାଙ୍କୁ କହିଥିଲେ ଯେ, ସେ ଏକ ଚିପ୍‌ ମାଧ୍ୟମରେ ଇଭିଏମରେ ହେରଫେର କରିପାରିବେ। ଯାହାଦ୍ବାରା ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଅଧିକ ଭୋଟ ମିଳିପାରିବ। ଦନଭେ ବର୍ତ୍ତମାନ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା।

ଆହୁରି ପଢ଼ନ୍ତୁ:  

ହରିଆଣା ସରକାରରେ ସଂକଟ; କଂଗ୍ରେସକୁ ସମର୍ଥନ ଦେଲେ ୩ ସ୍ବାଧୀନ ବିଧାୟକ

ତେବେ ପୋଲିସ କହିଛି ଯେ, ବ୍ୟକ୍ତି ଜଣକ ଏଭଳି ଏଥିପାଇଁ କରିଥିଲେ କାରଣ ସେ ନିଜର କରଜ ସୁଝିବାକୁ ଚାହୁଥିଲେ। ସେ ଇଭିଏମ ବିଷୟରେ କିଛି ଜାଣନ୍ତି ନାହିଁ। ପୋଲିସ କହିଛି ମଙ୍ଗଳବାର ସନ୍ଧ୍ୟା ଚାରିଟାବେଳେ, ମାରୁତି ରାଜେନ୍ଦ୍ରଙ୍କ ସାନଭାଇଙ୍କୁ ସେଣ୍ଟ୍ରାଲ ବସ୍‌ଷ୍ଟାଣ୍ଟ ନିକଟସ୍ଥ ଏକ ହୋଟେଲରେ ଭେଟିଥିଲେ। ଏଠାରେ ତେବେ କଥାବର୍ତ୍ତା ପରେ ୧.୫ କୋଟିରେ ଏହି ଡିଲ୍‌ ସରିଥିଲା। ଆଉ ଡିଲ୍‌ ଅନୁଯାୟୀ, ତାଙ୍କୁ ଟଙ୍କା ଦେବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନକୁ ଡକାଇଥିଲା। 

ତେବେ ପୋଲିସ ଟିମ୍‌ ସାଧା ପୋଷାକରେ ଏହି ସ୍ଥାନକୁ ଯାଇ ସେଠାରେ ଉକ୍ତ ଯୁବକଙ୍କୁ ଧରିଥିଲା। ତାଙ୍କୁ ଗିରଫ ପରେ  କ୍ରାନ୍ତି ଚୌକ ପୋଲିସ ଷ୍ଟେସନରେ  ମାମଲା ରୁଜୁ ହୋଇଥିବା କହିଛନ୍ତି ପୋଲିସ କମିସନର ମନୋଜ ଲୋହିଆ। ଅଭିଯୁକ୍ତ ବିରୋଧରେ ଆଇପିସି ୪୨୦ ଠକେଇ ଏବଂ ୫୧୧ ଧାରା ଲାଗିଛି। ଅଭିଯୁକ୍ତ ଜଣକ ମହରାଷ୍ଟ୍ର ଅହମଦନଗର ଜିଲ୍ଲାର ପଥରାଡିର ବାସୀନ୍ଦା। ଆହୁରି ମଧ୍ୟ ସେ ଜମ୍ମୁ କଶ୍ମୀର ଉଦ୍ଦମପୁରରେ ନିୟୋଜିତ ଥିବା କହିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.