୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ, ପାଣ୍ଡିଆନଙ୍କ ବ୍ୟକ୍ତିଗତ ସୁରକ୍ଷା ସମ୍ପର୍କିତ ମିଥ୍ୟା ତଥ୍ୟ ଦେବାଥିବା ଅଭିଯୋଗ

Published By : Prameya-News7 Bureau | May 02, 2024 IST

କଟକ ୨।୫: ତିନି ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ । ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ବ୍ୟକ୍ତିଗତ ସୁରକ୍ଷା ସମ୍ପର୍କିତ ମିଥ୍ୟା ତଥ୍ୟ ଦେବାନେଇ ଅଭିଯୋଗ ହୋଇଥିଲା । 

ଭି.କେ. ପାଣ୍ଡିଆନଙ୍କ ପାଇଁ ୮୫ରୁ ଅଧିକ ପୋଲିସ ସୁରକ୍ଷାକର୍ମୀ ରାଜ୍ୟ ସରକାର ନିୟୋଜିତ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଏହି ତିନି ଜଣ ସୂଚନା ଅଧିକାର କର୍ମୀ କହିଥିଲେ । ଏନେଇ ସହିଦ ନଗର ଥାନାରେ ମାମଲା ଦାୟର ହୋଇଥିଲେ । ଗିରଫଦାରୀ ଏଡାଇବାକୁ ୩ ସୂଚନା ଅଧିକାର କର୍ମୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

You Can Read :

ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ : ନୀଳଗିରି ଆସନ ପାଇଁ ଥିଲେ ଆଶାୟୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.