ଆରମ୍ଭ ହେଲା ଅଙ୍କିତା- ଭିକିଙ୍କ ପ୍ରି-ୱେଡିଂ ଫେଷ୍ଟିଭାଲ୍ , ଭାଇରାଲ ହେଉଛି ଫଟୋ...

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୦୪।୧୨ : ଏବେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଫିଲ୍ମ ଷ୍ଟାର ଠାରୁ ଆରମ୍ଭ କରି ସିରିଏଲ ଷ୍ଟାର ପର୍ଯ୍ୟନ୍ତ ସମସ୍ତ ବିବାହ କରୁଛନ୍ତି । ସବୁ ବଡ଼ ବଡ଼ ସେଲିବ୍ରିଟି ଏବେ ହାତକୁ ଦି ହାତ ହୋଇଛନ୍ତି। ରାଜକୁମାର ରାଓଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନା କୈଫ୍‌, ଭିକ୍କି କୌଶଲଙ୍କ ପରେ ଟେଲି ଦୁନିଆର ଶ୍ରଦ୍ଧା ଆଉ ଅନେକ ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି । ହେଲେ ଏବେ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ଏହି ତାଲିକାରେ ସାମିଲ୍‌ ହୋଇ ସାରିଛନ୍ତି । କିଛି ଦିନ ହେଲା ଅଙ୍କିତାଙ୍କ ବିବାହ ଖବର ଚର୍ଚ୍ଚାରେ ରହିଥିଲା। ହେଲେ କେବେ ହବ ତାହା ଜଣା ପଡିନଥିଲା । କିନ୍ତୁ ବର୍ତ୍ତମାନ ଏହି ଖବରର ସାମ୍ନାକୁ ଆସିଛି। ଅଙ୍କିତା ଲୋଖଣ୍ଡେ ବୟଫ୍ରେଣ୍ଡ ଭିକ୍କି ଜୈନ୍‌କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ଅଙ୍କିତା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଅଙ୍କିତାଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଅଙ୍କିତା ନିଜ ସୋସିଆଲ ମିଡିଆରେ ଶୁକ୍ରବାର ଦିନ ବୟଫ୍ରେଣ୍ଡ ଭିକ୍କି ଜୈନ୍‌ଙ୍କ ସହ ପ୍ରି-ୱେଡିଂ ଫେଷ୍ଟିଭାଲର କେତେକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଅଙ୍କିତା ଓ ଭିକ୍କିଙ୍କ ବ୍ୟତୀତ କିଛି ପରିବାର ସଦସ୍ୟ ମଧ୍ୟ ନଜକୁ ଆସିଛନ୍ତି।ଫଟୋରେ ଅଙ୍କିତା ଏକ ଗ୍ରୀନ୍‌ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ଶାଢ଼ିରେ ପିଙ୍କ ଗୋଲ୍ଡେନ୍‌ ବର୍ଡର ମଧ୍ୟ ରହିଛି। ଅଙ୍କିତା ମୁଣ୍ଡରେ ମରାଠି ବିବାହରେ ପିନ୍ଧା ଯାଉଥିବା ଏକ ସୂତା ମଧ୍ୟ ବାନ୍ଧିଛନ୍ତି। ଏହି ଫଟୋରେ ଭିକ୍କି ଅଫ୍‌ ହ୍ଵାଇଟ୍‌ କୁର୍ତ୍ତା ସହ ଧଳା ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଉଭୟେ ଫଟୋରେ ବେଶ୍‌ ଖୁସି ନଜର ଆସୁଛନ୍ତି।

wp:html
/wp:html

ତେବେ ଏହି ଫଟୋରେ ଅଙ୍କିତା ଭିକ୍କିଙ୍କ କୋଳରେ ବସିଛନ୍ତି। ଫଟୋରୁ ଆପଣ ଅନୁମାନ କରିପାରୁଥିବେ ଅଙ୍କିତା ଏହି ବିବାହକୁ ନେଇ କେତେ ଖୁସି ଅଛନ୍ତି। ଏହି ଫଟୋର କ୍ୟାପ୍‌ସନ୍‌ରେ ଅଙ୍କିତା ଲେଖିଛନ୍ତି- ”Sacred #AnVikkikahani #Preweddingfestivies.”। ସେହିପରି ଭିକ୍କି ଜୈନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିବା ଫଟୋରେ ଅଙ୍କିତାଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଫଟୋର କ୍ୟାପ୍ସନ୍‌ରେ ଭିକ୍କି ମରାଠୀରେ ଲେଖିଛନ୍ତି – ଆଇ ଲଭ୍‌ ଅସ୍‌…ଲେକିନ୍‌ ପିକଚର ଅଭି ବାକି ହେ ମେରେ ଦୋସ୍ତ ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.