କୋରାପୁଟ, ୧୯।୦୫: ଓଡ଼ିଶା ମାଟିରେ ଆନ୍ଧ୍ରର ଦାଦାଗିରି । ଓଡ଼ିଶା ମାଟିରେ ଚାଲୁଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଓଡ଼ିଶା ଭିତରେ ପସି ବନ୍ଦ କରୁଛି ଆନ୍ଧ୍ର। କୋଟିଆ ପଞ୍ଚାୟତର ନେରେଡିବାଲସା ଠାରେ କାର୍ଯ୍ୟ ବନ୍ଦ କରିଛି ଆନ୍ଧ୍ର। ବସୁଧା ଯୋଜନାରେ ପ୍ରତ୍ୟେକ ଘରକୁ ଜଳ ଯୋଗାଇବା ନିମନ୍ତେ ଠିକାଦାର କାମ କରୁଥିବା ବେଳେ ଆନ୍ଧ୍ରର କିଛି ଅଧିକାରୀ ଆସି କାମ ବନ୍ଦ କରିଛନ୍ତି। ଆନ୍ଧ୍ର ସରକାର ନିର୍ମାଣ କରିଥିବା ରାସ୍ତା ଠିକାଦାର ବିନା ଅନୁମତିରେ ଖୋଳିଥିବା ନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି ।
ନିର୍ବାଚନ ୨୦୨୪, ଓଡିଶାରେ ୨ୟ ପର୍ଯ୍ୟାୟ ମତଦାନ ପାଇଁ...