ଆନନ୍ଦପୁର ପୌରାଞ୍ଚଳକୁ ଅଗଷ୍ଟ ୨ ଯାଏଁ ସଟ୍‌ଡାଉନ୍‌

Published By : Prameya-News7 Bureau | July 27, 2020 IST

ଆନନ୍ଦପୁର ୨୭।୦୭: ଆଜିଠାରୁ ଆନନ୍ଦପୁର ପୌରାଞ୍ଚଳ ସଟଡାଉନ୍ । ପୌରାଞ୍ଚଳରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ପୌରାଞ୍ଚଳକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

{"id":306143,"sizeSlug":"large"}

ତେବେ ଏହି  ସଟ୍‌ଡାଉନ୍‌ ସମୟରେ ପୌରାଞ୍ଚଳର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ କଡାକଡି କରାଯାଇଛି । କେବଳ ଅତ୍ଯାବଶ୍ୟକୀୟ ସାମଗ୍ରୀ ଦୋକାନ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ରହିଛି । ଏହାବାଦ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

{"id":306144,"sizeSlug":"large"}

ସ୍ଥାନୀୟ ସକ୍ରଂମଣ ପୌରାଞ୍ଚଳ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ସଂକ୍ରମଣ ଚେନ୍ କୁ ରୋକିବାକୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.