ବାଡିରେ ଫଳୁଛି ୯ ଫୁଟିଆ ଲାଉ, ଦେଖିବାକୁ ଭିଡ ଜମାଉଛନ୍ତି ଲୋକେ

Published By : Prameya-News7 Bureau | January 16, 2022 IST

ଆନନ୍ଦପୁର ୧୬।୦୧: ଆନନ୍ଦପୁର ପୈରାଞ୍ଚଳ ଶୈଲଙ୍ଗ ଗାଁର ଘନଶ୍ୟାମ ସାଙ୍କ ବାଡିରେ ଏବେ ଲୋକଙ୍କ ଗହଳି । ଘନଶ୍ୟାମଙ୍କ ବାଡିରେ ଫଳୁଛି ୯ଫୁଟ୍ ଲମ୍ଭର ଲାଉ । ଏତେ ବଡ ଆକାରର ଲାଉ ଦେଖିବାକୁ ସ୍ଥାନୀୟ ଲୋକଙ୍କ ସହ ଆଖପାଖ ଲୋକେ ଗତ କିଛିଦିନ ଛୁଟିଛନ୍ତି ଘନଶ୍ୟାମଙ୍କ ବାଡିକୁ ।

ଖବର ଅନୁଯାୟୀ, ପେଷାରେ ସେ ଜଣେ ଚାଷୀ ହୋଇଥିବାରୁ ନିଜ ବାଡିରେ ବର୍ଷ ତମାମ କିଛି ନା କିଛି ପରିବା ଲଗାଇଥାନ୍ତି । ପ୍ରାୟ ଦେଢମାସ ତଳେ ଲାଉ ମଞ୍ଜି ଆଣି ଲଗାଇବାପରେ ସେଥିରୁ ବାହରିଥିବା ଲାଉ ଲତାସବୁ ବାଡିରେ ଥିବା ଗୁହାଳ ଘର ଛପରକୁ ମାଡିଥିଲା । ଏବେ ଆଶ୍ଚଯ୍ୟ ଜନକଭାବେ ଏବେ ପ୍ରାୟ ୯ଫୁଟ ଲମ୍ବର ଲାଉ ଫଳିବାରେ ଲାଗିଛି । ଯାହାର ଓଜନ ରହିଛି ୧୫-୧୬ କେଜି । କେବଳ ଗୋଟିଏ କି ଦୁଇଟି ନୁହଁ , ଏହିରି ଭିତରେ ଏଭଳି ୯ଟି ଲାଉ ଫଳିଲାଣି ।

ସେପଟେ ଘନଶ୍ୟାମଙ୍କ ବାଡିରେ ଫଳୁଥିବା ଲାଉର ଆକାର ବୃଦ୍ଧି ସମ୍ପର୍କରେ ଉଦ୍ୟାନ ବିଭାଗ ବିଶେଷଜ୍ଞ ଅଙ୍କିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନିଜ ମତ ରଖିଛନ୍ତି ।  ୩୦ରୁ ୩୫ ଡିଗ୍ରୀ ତାପମାତ୍ରାରେ ଲାଉ ଫଳ ବେସ୍ ଭଲ ହୋଇଥାଏ । ଉପଯୁକ୍ତ ବାତାବରଣ ଯୋଗୁଁ ସେଠାରେ ଲାଉର ଆକାରରେ  ବୃଦ୍ଧି ଘଟିଛି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କେତେକ ମଞ୍ଜିର ଜେନୋମିକ୍ ଇମ୍ପାକ୍ଟ ଯୋଗୁଁ ମଧ୍ୟ ଫଳର ଆକାର ବୃଦ୍ଧି ପାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.