Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ବାଘୁଣୀ ହେଲା କରୋନା ସଂକ୍ରମିତ : ନ୍ୟୁୟର୍କର ଚିଡ଼ିଆଖାନାର ଅନ୍ୟ ୫ପଶୁଙ୍କ ପଠାଗଲା ରକ୍ତ ନମୁନା

6/04/2020 at 11:22 AM

ନ୍ୟୁୟର୍କ ୬/୪: କରୋନା ଭାଇରସର ପ୍ରକୋପ ବିଶ୍ବବ୍ୟାପି ଚାରିଆଡ଼େ ଆତଙ୍କ ଖେଳାଇଛି ଏବଂ ଆମେରିକା ଏହାର ସବୁଠୁ ବଡ଼ ଶିକାର ହୋଇଛି। ଏଠାରେ ଏହି ଭାଇରସ୍ ଏବେ ପଶୁଙ୍କଠାରେ ପହଞ୍ଚିଯାଇଛି। ନ୍ୟୁୟର୍କର ଏକ ଚିଡ଼ିଆଖାନାର ଗୋଟିଏ ବାଘୁଣୀକୁ କରୋନା ହୋଇଯାଇଛି।

ନ୍ୟୁୟର୍କର ବ୍ରୋନକ୍ସ ଚିଡ଼ିଆଖାନାର ଗୋଟିଏ ବାଘୁଣୀଠାରେ କରୋନା ପଜିଟିଭ ଥିବା ଜଣାପଡ଼ିଛି। ଆମେରିକାର କୃଷି ବିଭାଗର ନ୍ୟାସନାଲ୍ ଭେଟେରିନାରି ସର୍ଭିସେଜ ଲ୍ୟାବୋରେଟେରିସ ଅନୁସାରେ,ପଶୁଙ୍କଠାରେ କରୋନା ପଜିଟିଭ ଥିବାର ଏହା ପ୍ରଥମ ଘଟଣା।

ବ୍ରୋନକ୍ସ ଚିଡ଼ିଆଖାନାର ୪ବର୍ଷ ବୟସର ମଲାୟନ ପ୍ରଜାତିର ବାଘୁଣୀକୁ ଚିଡ଼ିଆଖାନାର କୌଣସି କର୍ମଚାରୀ ଜରିଆରେ କରୋନା ହୋଇଛି। କର୍ମଚାରୀ ଜଣକ ପୂରତ୍ବରୁ କରୋନାରେ ସଂକ୍ରମିତ ଥିବେ ଏବଂ ତାଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ବାଘୁଣୀଟିକୁ କରୋନା ହୋଇଛି।

ସାଧାରଣ ଲୋକଙ୍କ ପାଇଁ ଏହି ଚିଡ଼ିଆଖାନା ଗତ ମାର୍ଚ୍ଚ ୧୬ତାରିଖଠୁ ବନ୍ଦ କରି ଦିଆଯାଇଛି। ବାଘୁଣୀର ନାଁ ନାଦିୟା। ନାଦିୟାଠୁ ରକ୍ତ ନମୁନା ନିଆଯାଇଥିଲା ଏବଂ ପରୀକ୍ଷା କରିବାରୁ ସେ ପଜିଟିଭ ବୋଲି ଜଣା ପଡ଼ିଥିଲା। ଏବେ ୫ଟି ଅନ୍ୟ ସିଂହ ଏବଂ ବାଘଠୁ ରକ୍ତ ନମୁନା ନିଆଯାଇଛି ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ଦେଖାଯାଇଛି।

   Related Posts