Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଲକଡାଉନ୍ ବେଳେ ରିଲିଜ ହେଲା ଅମିତାଭ ବଚ୍ଚନଙ୍କ ନୂଆ ଫିଲ୍ମ : ଏକାଠି ଅଭିନୟ କରିଛନ୍ତି ଅନେକ ସୁପରଷ୍ଟାର,ଦେଖନ୍ତୁ ସୁପର-ଭାଇରାଲ୍ ହୋଇଥିବା ଫିଲ୍ମ

7/04/2020 at 10:25 AM

ମୁମ୍ବାଇ ୭/୪: ଦେଶବ୍ୟାପି ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା କରୋନା ଭାଇରସକୁ ନେଇ ସେଲିବ୍ରିଟିମାନେ ଲଗାତାର ସଚେତନତା ସୃଷ୍ଟି କରୁଛନ୍ତି କିନ୍ତୁ ଏହା ସତ୍ବେ ଭାରତରେ ଏହି ଭାଇରସ୍ ଦ୍ରୃତ ଗତିରେ ବ୍ୟାପିବାରେ ଲାଗିଛି। ଏଥିପାଇଁ ଦେଶର ବଡ଼ ବଡ଼ କଳାକାର ଏବେ ଏକ ଶର୍ଟ ଫିଲ୍ମ ନେଇ ଆସିଛନ୍ତି। ଏହି ସର୍ଟ ଫିଲ୍ମର ନାଁ ଫ୍ୟାମିଲି।

ଏହି ସର୍ଟ ଫିଲ୍ମରେ ଅମିତାଭ ବଚ୍ଚନ,ରଜନୀକାନ୍ତ,ପ୍ରିୟଙ୍କା ଚୋପ୍ରା,ଚିରଞ୍ଜିବୀ,ଆଲିୟା ଭଟ୍ଟ,ମାମୁଥୀ,ଦିଲଜିତ ଦୋସାଞ୍ଝ,ମୋହନଲାଲ,ରଣବୀର କପୁର ଭଳି ଷ୍ଟାରମାନେ କାମ କରିଛନ୍ତି। କରୋନା ଭାଇରସକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଅଲଗା ଅଲଗା ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାର ନଜର ଆସିଛନ୍ତି। ଏହି ସର୍ଟ ଫିଲ୍ମର ବିଶେଷତ୍ବ ହେଉଛି ଯେ ଏହାକୁ ସମସ୍ତେ ନିଜ ନିଜ ଘରେ ସୁଟ୍ କରିଛନ୍ତି।

କେହି ଷ୍ଟାର ଏଥିପାଇଁ ନିଜ ଘରୁ ବାହାରି ନାହାନ୍ତି। ସମସ୍ତଙ୍କ କାମ ବହୁତ ବଢ଼ିଆ ଥିଲା ଏବଂ ଆପଣଙ୍କୁ ଏହାକୁ ଦେଖି ଜମା ଲାଗିବ ନାହିଁ ଯେ ଏମାନେ ଏକାଠି ନାହାନ୍ତି।

ଏହି ସର୍ଟ ଫିଲ୍ମ ପଛରେ ପ୍ରସୂନ ପାଣ୍ଡେଙ୍କ ଆଇଡିଆ ଥିଲା ଏବଂ ଅମିତାଭ ବଚ୍ଚନ ମଧ୍ୟ ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ। ଏହି ଫିଲ୍ମ କେବଳ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ନାହିଁ ବରଂ ଦର୍ଶକଙ୍କ ମନୋରଞ୍ଜନ ମଧ୍ୟ କରିବ। ଏହି ଫିଲ୍ମ ମାଧ୍ୟମରେ ଏହା ଦେଖାଯିବ ଯେ କିପରି ଘରେ ରହିବା ଦ୍ବାରା ସୁରକ୍ଷିତ ରହିବା ଦ୍ବାରା ଏବଂ ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ବାରା ସବୁ କିଛି ଠିକ୍ କରାଯାଇପାରିବ।

   Related Posts