ନବୀନଙ୍କ ଅବସର ନେଇ ଶାହଙ୍କ ପରାମର୍ଶ, ସେପଟେ ମୋଦୀଙ୍କ ବୟସକୁ ନେଇ ଚିଦାମ୍ବରଙ୍କ କଟାକ୍ଷ

Published By : Prameya-News7 Bureau | May 22, 2024 IST

hindustantimes

ନୂଆଦିଲ୍ଲୀ: ବର୍ତ୍ତମାନ ଓଡ଼ିଶା ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ନେତାମାନେ ଓଡ଼ିଶାର ରାଜନୀତିରେ ନିଜ ନିଜର ମତ ରଖୁଛନ୍ତି। ଏହାରି ଭିତରେ ଓଡ଼ିଶାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ହୋଇଛି। 

ମଙ୍ଗଳବାର ଅମିତ ଶାହ କହିଛନ୍ତି ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୭ ବର୍ଷ ହେଲାଣି। ବୟସାଧିକ କାରଣ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ରାଜନୀତିରୁ ଅବସର ନେବା ଉଚିତ। ଏହି ବୟାନ୍‌କୁ ନେଇ ଶାହଙ୍କୁ କଟାକ୍ଷ କରି କଂଗ୍ରେସ ନେତା ପି ଚିଦାମ୍ବରମ କହିଛନ୍ତି ଯେ ଗୃହମନ୍ତ୍ରୀ ବୋଧେ ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ଇଶାରା କରୁଛନ୍ତି। କାରଣ ପ୍ରଧାନମନ୍ତ୍ରୀ ବି ୭୩ ବର୍ଷ ଓ ୭ ମାସର ବୋଲି ଚିଦାମ୍ବରମ୍ କହିଛନ୍ତି। 

ମେ ୨୫ ତାରିଖରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାର ଅଛି। ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହ ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତି। ଏଥିରେ ସେ ନବୀନ ପଟ୍ଟନାୟକଙ୍କ ବୟସାଧିକ କାରଣକୁ ନେଇ ମଧ୍ୟ ଟାର୍ଗେଟ୍ କରୁଛନ୍ତି। 

ଅମିତ ଶାହଙ୍କ ଏହି ଭାଷଣ ଉପରେ ପ୍ରତିକ୍ରିୟା ଦେଇ ଚିଦାମ୍ବର ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି “ଯେତେବେଳେ ଶ୍ରୀଯୁକ୍ତ ଅମିତ ଶାହ କହୁଛନ୍ତି ଯେ ଶ୍ରୀ ଯୁକ୍ତି ନବୀନ ପଟ୍ଟନାୟକ ବୟସାଧିକ(୭୭ ବର୍ଷ) କାରଣରୁ ଅବସର ନେଇଯିବ ଉଚିତ। ସେତେବେଳେ ସେ ପ୍ରଧାନମନ୍ତ୍ରୀ ମୋଦୀ(୭୩ ବର୍ଷ ୭ ମାସ)ଙ୍କ ଆଡ଼କୁ ଇଶାରା କରୁ ନଥିଲେ ତ? ଏମିତି ଲାଗୁଛି ଯେ ଯଦି ବିଜେପି ସରକାର ଗଠନ ନ କରିବ ତେବେ ଶାହ ବେଶି ଖୁସି ହେବେ। କାରଣ ସେ ମୋଦୀଙ୍କ ସ୍ଥାନରେ ନିଜେ ବିରୋଧୀ ଦଳର ନେତା ଆସନରେ ବସିବେ।”  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.