ଏପଟେ ଯୁଦ୍ଧ ସେପଟେ ମିସାଇଲ ପରୀକ୍ଷଣ; ଶବ୍ଦ ଠାରୁ ବି ୯ ଗୁଣା ଅଧିକ ବେଗରେ ଯାଇପାରେ ଋଷର ଏହି ଭୟାନକ ମିସାଇଲ୍

Published By : Prameya-News7 Bureau | May 28, 2022 IST

ମସ୍କୋ: ଏପଟେ ଯୁଦ୍ଧ ସେପଟେ ଋଷର ମିସାଇଲ୍ ପରୀକ୍ଷଣ। ହଜାରେ କିମି ଦୂରରୁ ହାଇପରସୋନିକ ଜିରକନ କ୍ରୁସ ମିସାଇଲ୍ ପରୀକ୍ଷଣ କଲା ଋଷିଆ। ଏନେଇ ଋଷ ପ୍ରତିରକ୍ଷ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରାଳୟ ଜାରି କରିଥିବା ଭିଡିଓରେ ଦିଆଯାଇଥିବା ସୂଚନା ଅନୁସାରେ,ହ୍ୱାଇଟ୍‌ସିରୁ ଟାର୍ଗେଟ୍ କରିବା ପାଇଁ ଋଷର ଉତ୍ତରରେ ଥିବା ବାରେଣ୍ଟ ସିରୁ ଏହାର ପରୀକ୍ଷଣ କରାଯାଇଛି।

ଆଜିର ଆଧୁନିକ ଯୁଦ୍ଧାସ୍ତ୍ର ଯୁଗରେ ଏହି ମିସାଇଲ୍‌ ଋଷକୁ ଆହୁରି ବଳ ଦେବ। ଜିରକନ ମିସାଇଲ୍‌କୁ ଋଷିଆନ କ୍ରୁସ୍‌,ଯୁଦ୍ଧ ଜାହାଜ ଓ ସବ୍‌ମରିନବୁ ଲଞ୍ଚ କରାଯାଇପାରିବ। ଏହି ମିସାଇଲ୍‌ର ଗତି ଏତେ ତୀବ୍ର ଯେ ଶବ୍ଦର ଗତି ଠାରୁ ବି ୯ ଗୁଣା ଅଧିକ। ଏହାର ମୁତୟନ ଋଷ ସେନାର ଦକ୍ଷତା ବଢ଼ାଇବ ବୋଲି ପୁଟିନ କହିଛନ୍ତି।

୪ ମାସ ଧରି ଯୁକ୍ରେନ୍ ସହ ଯୁଦ୍ଧ ଜାରି ରହିଥିବା ବେଳେ ଋଷି ଅନେକ ସେନା ହରାଇଲାଣି। ଏଥିପାଇଁ ମସ୍କୋ ଏବେ ମିସାଇଲ୍ ବିକାଶ କରିବାରେ ଲାଗିପଡିଛି। ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ଗତବର୍ଷ ମଧ୍ୟ ଋଷ ଜିରକୋନ ମିସାଇଲର ପରୀଶକ୍ଷଣ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.