ଛତିଶଗଡରେ ବି ସ୍ଥାପନ ହେବ ଅମର ଯବାନ ଜ୍ୟୋତି, ଫେବ୍ରୁଆରୀ ୩ରେ ରାହୁଲ ଗାନ୍ଧୀ କରିବେ ଶିଳାନ୍ୟାସ

Published By : Prameya-News7 Bureau | January 29, 2022 IST

ରାୟପୁର ,୨୯/୦୧:  ଅମର ଯବାନ ଜ୍ୟୋତିକୁ ନେଇ ନିକଟରେ କେନ୍ଦ୍ରରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। କଂଗ୍ରେସର ଅଭିଯୋଗ ଥିଲା, କେନ୍ଦ୍ର ସରକାର ଅମର ଯବାନ ଜ୍ୟୋତିକୁ ଲିଭାଉଛନ୍ତି। ବିବାଦ ଅଧିକ ବଢିବା ପରେ କେନ୍ଦ୍ର ସରକାର ପକ୍ଷରୁ ବିୟାନ ଦିଆଯାଇ କହୁଯାଇଥିଲା, ଅମର ଯବାନ ଜ୍ୟୋତିର ବିଲୟ ନ୍ୟାସନାଲ ୱାର ମେମୋରିଆଲର ଜ୍ୟୋତି ସହ କରାଯାଇଛି। କିନ୍ତୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଥିଲେ, କଂଗ୍ରେସ କ୍ଷମତାକୁ ଫେରିବା ପରେ ଅମର ଯବାନ ଜ୍ୟୋତିକୁ ଏହାର ବାସ୍ତବିକ ରୂପକୁ ଆଣିବ। ଏହାରି ଭିତରେ ଏବେ କଂଗ୍ରେସ ଶାସିତ ଛତିଶଗଡ ସରକାର ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି

wp:html /wp:html

ଛତିଶଗଡରେ ଅମର ଯବାନ ଜ୍ୟୋତିର ସ୍ଥାପନା କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଟ୍ୱିଟରେ ବଘେଲ କହିଛନ୍ତି, ଆମର ସହିଦଙ୍କ ବୀର ଗାଥା ଆମ ଭବିଷ୍ୟତର ପିଢି ପାଇଁ ପ୍ରେରଣାର ପୁଞ୍ଜି । ଦେଶ ପାଇଁ ଲଢି ନଥିବା ଲୋକେ ଏହାକୁ ବୁଝିପାରିବେ ନାହିଁ । ଏହାସହ ସେ କହିଛନ୍ତି, ଆସନ୍ତା ଫେବ୍ରୁଆରୀ ୩ ତାରିଖରେ ଛତିଶଗଡରେ ଅମର ଯବାନ ଜ୍ୟୋତିର ଶିଳାନ୍ୟାସ କରିବେ ରାହୁଲ ଗାନ୍ଧୀ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.