ପ୍ରଥମରୁ ଦ୍ୱାଦଶ ଯାଏଁ ସବୁ ସ୍କୁଲ, କୋଚିଂ ସେଣ୍ଟର ଏପ୍ରିଲ ୩୦ ଯାଏଁ ବନ୍ଦ

Published By : Prameya-News7 Bureau | April 11, 2021 IST

ଲକ୍ଷ୍ନୌ ୧୧/୦୪ : ଉତ୍ତର ପ୍ରଦେଶରେ ଘାତକ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଦେଖି ଯୋଗୀ ସରକାର ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଏପ୍ରିଲ ୩୦ ଯାଏଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ପ୍ରୋଟୋକଲ ପାଳନ କରି ଆବଶ୍ୟକତା ଅନୁଯାୟୀ ଷ୍ଟାଫଙ୍କୁ ଡକାଯିବ ଏବଂ ନିର୍ଦ୍ଧାରିତ ପରୀକ୍ଷା କରିବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବା ଉପରେ ରୋକ ଲଗାଯାଇଛି। ଯୋଗୀ ସରକାରଙ୍କ ତରଫରୁ ଏପ୍ରିଲ ୩୦ ଯାଏଁ ପ୍ରଥମରୁ ଦ୍ୱାଦଶ ଯାଏଁ ସମସ୍ତ କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ ଏବଂ ସମସ୍ତ ପ୍ରାଇଭେଟ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ ୧୫ ଯାଏଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ବର୍ତ୍ତମାନ ଆହୁରି ୧୫ ଦିନ ବଢ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ଏ ସମ୍ବନ୍ଧରେ ନିଷ୍ପତ୍ତି ନେଇଛନ୍ତି।

ସନ୍ଧ୍ୟାରେ ଏ ସମ୍ବନ୍ଧରେ ଆଦେଶ ଜାରି କରାଯିବ। ଉଚ୍ଚ ସ୍ଥରୀୟ ଶିକ୍ଷା ସନ୍ଥ ଖୋଲିବା ନେଇ ବିଚାର କରାଯାଉଛି। କିନ୍ତୁ ସୂତ୍ରରୁ ଜଣାପଡିଛି ଯେ ସେଥିରେ ମଧ୍ୟ କଡା କଟକଣା ଲାଗୁ କରାଯିବ। ପରୀକ୍ଷା ଆୟୋଜନ ଓ ଅନ୍ୟ ଆବଶ୍ୟକ କାର୍ଯ୍ୟ ପାଇଁ ଅନୁମତି ଦିଆଯିବ। ଶନିବାର ରାତିରେ ଜିଲ୍ଲା ଅଧିକାରୀ ଅଭିଷେକ ପ୍ରକାଶ ରାଜଧାନୀ ଲକ୍ଷ୍ନୌର ବିଦ୍ୟାଳୟରେ ପ୍ରଶାସନିକ କାର୍ଯ୍ୟ ହେତୁ ଷ୍ଟାଫ ତଥା ଅନଲାଇନ କ୍ଲାସ ସଞ୍ଚାଳନ ପାଇଁ ଅଧ୍ୟାପକଙ୍କୁ ଆସିବାକୁ ଅନୁମତି ଦିଆଯାଇଛି। ଲକ୍ଷ୍ନୌ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ସୋସିଆଲ ମିଡ଼ିଆରେ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.