୧୯ରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ, ଅନ୍‌ଲାଇନ୍‌ରେ ପାଠପଢିବେ ଛାତ୍ରଛାତ୍ରୀ

Published By : Prameya-News7 Bureau | April 16, 2021 IST

ଭୁବନେଶ୍ବର ୧୬/୦୪ : ରାଜ୍ୟରେ ବନ୍ଦ ହେବ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ । ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନଙ୍କ ପଢିବା ପାଇଁ ଅନଲାଇନ୍‌ କ୍ଲାସ୍‌ ଆରମ୍ଭ ହେବା ନେଇ ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଏହା ସହିତ ଏପ୍ରିଲ ୧୯ ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ ।

wp:embed {"url":"https://twitter.com/dr_arunsahoo/status/1383011163340906496","type":"rich","providerNameSlug":"twitter","responsive":true,"className":""}
https://twitter.com/dr_arunsahoo/status/1383011163340906496
/wp:embed

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ଭୟଙ୍କର ରୂପ ଧାରଣ କରୁଛି । ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲଗୁଡିକ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୧୯ ତାରିଖ ଅର୍ଥାତ ସୋମବାର ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦେଶ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ । କେବେ କ୍ଲାସ୍‌ ଆରମ୍ଭ ହେବ ଏବଂ ହେବାକୁ ଥିବା ପରୀକ୍ଷା କେବେ ହେବ ସେ ନେଇ ନିଷ୍ପତ୍ତି ନେବେ ଉଚ୍ଚ ଶିକ୍ଷା​‌ ବିଭାଗ ।

wp:gallery {"ids":[439360],"linkTo":"none"} /wp:gallery

ଏହା ସହିତ ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ସ୍ପୋର୍ଟ୍ସ ହଷ୍ଟେଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । କ୍ରୀଡାବିତମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି ରାଜ୍ୟ କ୍ରୀଡା ବିଭାଗ ।

wp:gallery {"ids":[439366],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.