Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସିବିଆଇକୁ ଝଟକା, ଗିରଫ ହେବାର କିଛି ଘଣ୍ଟା ପରେ ଟିଏମସି ନେତାଙ୍କୁ ମିଳିଲା ଜାମିନ୍, ମମତା ଦେଇଥିଲେ ଚେତାବନୀ

17/05/2021 at 9:09 PM

କୋଲକାତା ୧୭।୦୫: ନାରଦା  ଷ୍ଟିଙ୍ଗ ଅପରେସନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ତୃଣମୂଳ କଂଗ୍ରେସର ତିନି ବିଧାୟକ ଏବଂ ପାର୍ଟିର ଜଣେ ପୂର୍ବତନ ନେତାଙ୍କୁ ଗିରଫ କରିବାର କିଛି ଘଣ୍ଟା ପରେ ସମସ୍ତଙ୍କୁ ଅନ୍ତରୀଣ ଜାମିନ ମିଳିଛି। ନାରଦା ଷ୍ଟିଙ୍ଗ ଅପରେସନରେ ସିବିଆଇ ଏହି ସବୁ ନେତାଙ୍କୁ ସୋମବାର ମଧ୍ୟାହ୍ନରେ ଗିରଫ କରିଥିଲା। ଏହି ନେତାଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିବାର ଥିଲା। ହେଲେ ଟିଏମସି ନେତାଙ୍କୁ ଜାମିନ ମିଳିବା ସିବିଆଇକୁ ଝଟକା ଲାଗିଛି।

ସିବିଆଇ ଉକ୍ତ ମାମଲାରେ ଟିଏମସିର ମନ୍ତ୍ରୀ ଫିରହାଦ ହକିମ, ମନ୍ତ୍ରୀ ସୁବ୍ରତ ବାନାର୍ଜୀ, ବିଧାୟକ ମଦନ ମିତ୍ର ଏବଂ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ସମସ୍ତ ନେତାଙ୍କୁ ୨୦୧୪ର ନାରଦା ଷ୍ଟିଙ୍ଗ ଅପରେସନ କେସ୍‌ରେ ଗିରଫ କରାଯାଇଥିଲା। ଏହା ପରେ ସିବିଆଇ ଅଦାଲତରେ ହାଜର କରାଯାଇଥିଲା। ରାଜ୍ୟପାଳଙ୍କ ଦ୍ଵାରା ମାମଲାର ତଦନ୍ତ କରିବାକୁ ମଞ୍ଜୁରୀ ମିଳିବା ପରେ ସିବିଆଇ ସକ୍ରିୟ ହୋଇ ଉଠିଛି।

ସିବିଆଇର ଏହି ଗିରଫଦାରୀ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ନିଜାମ ପ୍ୟାଲେସ୍ ସ୍ଥିତ ସିବିଆଇ କାର୍ଯ୍ୟାଳୟ ପହଞ୍ଚି ଟିଏମସି ନେତାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ଏଥିସହ ତାଙ୍କୁ ମଧ୍ୟ ସିବିଆଇ ଗିରଫ କରୁ ବୋଲି ଚ୍ୟାଲେଞ୍ଜ କରିଥିଲେ। ସିବିଆଇ କାର୍ଯ୍ୟାଳୟ ବାହାରେ ଟିଏମସି କାର୍ଯ୍ୟକର୍ତ୍ତା ତୁମୁଳକାଣ୍ଡ ଘଟାଇଥିଲେ। ନାରାବାଜି କରିବା ସହ ସୁରକ୍ଷାକର୍ମୀଙ୍କ ଉପରକୁ ଢେଲାମାଡ କରିଥିଲେ। ଫଳରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ସୁରକ୍ଷାକର୍ମୀଙ୍କୁ ଲାଠିଚାର୍ଜ କରିବାକୁ ପଡିଥିଲା। ଏହି ପରି ଦୀର୍ଘ ସମୟ ଧରି ସିବିଆଇ କାର୍ଯ୍ୟାଳୟ ବାହାରେ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା।  ମମତା ଚେତାବନୀ ଦେଇଥିଲେ ଯେ, ସିବିଆଇ ମଧ୍ୟ ତାଙ୍କୁ ଗିରଫ କରୁ।

ଏହି ମାମଲାରେ ସିବିଆଇ ଅଦାଲତରେ ଚାଲିଥିବା ଶୁଣାଣି ପୂରା ହୋଇଛି। କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ୨୦୧୬ରେ ସାମ୍ନାକୁ ଆସିଥିବା ନାରଦା ଷ୍ଟିଙ୍ଗ୍ ମାମଲାର ତଦନ୍ତ ପାଇଁ ଗତ ଦିନରେ ରାଜ୍ୟପାଳଙ୍କ ପକ୍ଷରୁ ଅନୁମତି ମିଳିଥିଲା। ଏହି କେସ୍‌ରେ ସିବିଆଇ ସୋମବାର ଟିଏମସିର ନେତାଙ୍କ ଘରେ ଚଢାଉ କରିଥିଲା। ସିବିଆଇର ଏହି ପଦକ୍ଷେପକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା। ବିଜେପି ରାଜନୈତିକ ପ୍ରତିଶୋଧପରାଜୟଣ ହୋଇ ସିବିଆଇର ଦୁରୁପଯୋଗ କରି ଟିଏମସି ନେତାଙ୍କ ଗିରଫ କରିଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ ବିଜେପିର କହିବା କଥା, ଏହି ମାମଲାରେ ଦଳର କୌଣସି ଭୂମିକା ନାହିଁ।

   Related Posts