ମୃତକଙ୍କ ଇଚ୍ଛା ପୂରଣ ପାଇଁ ଶ୍ମଶାନରେ ଲାଗେ ଏମିତି ମେଳା, ରୋଗ ଦୂର କରିବାକୁ ଶିବଲିଙ୍ଗ ଉପରେ ଚଢାଯାଏ କଙ୍କଡା

Published By : Prameya-News7 Bureau | January 29, 2022 IST

ଗୁଜରାଟ ୨୯/୦୧: ଗୁଜୁରାଟର ସୁରଟରେ ବର୍ଷକୁ ଥରେ ଶବଦାହରେ ଏପରି ଏକ ନିଆରା ମେଳା ଅନୁଷ୍ଠିତ ହୁଏ । ଯାହା ବିଷୟରେ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଏହି ଶବଦାହ ମେଳାରେ କେବଳ ମୃତ ବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ ପାଇଁ , ନାଁ କେବଳ ମୃତ ବ୍ୟକ୍ତିଙ୍କ ପ୍ରିୟ ଜିନିଷ ଚଢାଯାଏ, ତା ନୁହେଁ ମନ୍ଦିରରେ ପ୍ରସାଦ ସ୍ୱରୂପ ଜୀବନ୍ତ କଙ୍କଡା ଅର୍ପଣ କରାଯାଇଥାଏ ।

wp:gallery {"linkTo":"none"} /wp:gallery

ଶିବଲିଙ୍ଗରେ ଦିଆଯାଏ ଜୀବନ୍ତ କଙ୍କଡା :
ଆପଣ କେବେ କେବେ ଏକ ମନ୍ଦିରରେ ଭଗବାନଙ୍କ ଉପରେ କଙ୍କଡା ଚଢିଥିବାର ଦେଖିଛନ୍ତି କି ? ଯଦି ଆପଣ ଏହାକୁ ଦେଖି ନାହାଁନ୍ତି, ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସୁରଟର ରାମନାଥ ଘେଲା ଶ୍ୟାମସନ୍ ଜମିର ଏହି ରୁଦ୍ଧନାଥ ମହାଦେବ ମନ୍ଦିରକୁ ଆସୁଥିବା ଭକ୍ତମାନେ ଜୀବନ୍ତ କଡଙ୍କା ପ୍ରସାଦ ସ୍ୱରୂପ ଅର୍ଣ କରିଥାନ୍ତି । ଶିବଲିଙ୍ଗକୁ କଙ୍କଡା ଦେଉଥିବା ଭକ୍ତମାନେ ବର୍ଷକୁ ଥରେ ନିଜ ମାନସିକ ପୂରଣ ପରେ ଏଠାକୁ ଆସିଥାନ୍ତି । ମାଘ ମାସର ଏକାଦଶି ଦିନ, ବର୍ଷରକୁ ଥରେ ଭକ୍ତମାନେ ଏପରି ଭାବେ ପୂଜାର୍ଚ୍ଚନା କରିଥାନ୍ତି । ଲୋକେ ଏଠାରେ କଙ୍କଡା ଦେବା ପଛରେ ରହିଛି ଅନେକ ବିଶ୍ୱାସ ।

wp:gallery {"linkTo":"none"} /wp:gallery

ମୃତକଙ୍କ ପ୍ରିୟ ଜିନିଷ ଉତ୍ସର୍ଗ କରାଯାଏ :
ସେମାନଙ୍କ ଧାରଣା ଏପରି କରିବା ଦ୍ୱାରା ଶାରୀରିକ ରୋଗ ଦୂର ହୋଇଥାଏ । ବିଶେଷକରି ବଧିରତା ଦୋଷ ଦୂର ହୁଏ । ମନ୍ଦିର ପରିଦର୍ଶନ କରୁଥିବା ଭକ୍ତମାନେ ଅନ୍ୟ ନୈବେଦ୍ୟ ବ୍ୟତୀତ ସେମାନଙ୍କ ହାତରେ କେବଳ କଙ୍କଡା ହିଁ ଥାଏ । ଏହାକୁ ସମ୍ମାନ ଅନ୍ଧବିଶ୍ୱାସ ବୋଲି କୁହାଗଲେ ବି ଏହା ପଛରେ ରହିଛି ବାସ୍ତବତା । କୁହାଯାଏ ଯେ ଏହା କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ତୁପ୍ତ ହୋଇଥାଏ । ସେହିଭଳି ମୃତ ବ୍ୟକ୍ତିଙ୍କ ନିଶା ବା ରୁଚି ଥିବା ମଦ୍ୟପାନ ହେଉ କିମ୍ବା ଅନ୍ୟ କୌଣସି ନିଶା ଦ୍ରବ୍ୟ ମଧ୍ୟ ଅର୍ପଣ କରାଯାଇଥାଏ । ଏପରି ଚଳନ ରାମାୟଣ ସହିତ ଜଡିତ ବୋଲି ଚର୍ଚ୍ଚା ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.