ଏୟାର ଇଣ୍ଡିଆର ୪ କର୍ମଚାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ : କରୁଥିଲେ ଏହିଭଳି କାମ

Published By : Prameya-News7 Bureau | March 04, 2019 IST

ଦିଲ୍ଲୀ ୪/୩ : ଏୟାର ଇଣ୍ଡିଆ ବିମାନର ୪ କର୍ମଚାରୀଙ୍କ ବିରୋଧରେ ଅଭଯୋଗ ହୋଇଛି | ଏନେଇ ରାଷ୍ଟ୍ରୀୟ ବିମାନ ସେବା ଅଧିକାରୀ ସୂଚନା ଦେଇଛନ୍ତି | ଏମାନେ ବିମାନରେ ଥିବା ଶୁଖିଲା ଖାଦ୍ୟ ଏବଂ ରାସନ ଚୋରି କରୁଥିବା ଅଭିଯୋଗ ହୋଇଛି |

{"id":90654,"width":576,"height":326}

୨୦୧୭ ମସିହା ଅଗଷ୍ଟ ମାସରେ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦେଶକ ଅଶ୍ୱିନୀ ଲୋହାନୀ ଏକ ଆନ୍ତରିକ ଇ-ମେଲ ଜାରି କରିଥିଲେ | ବିମାନର ଗ୍ରାଉଣ୍ଡ ଷ୍ଟାଫ ଏବଂ ଅଧିକାରୀ ଅଫିସର ବିମାନ ଆଗମନ ପରେ ବ୍ୟବହୃତ ହୋଇନଥିବା ଭୋଜନ ଏବଂ ରାସନ ନଇଁଯାଉଥିବା ଇ-ମେଲରେ ଦର୍ଶାଯାଇଥିଲା | 

{"id":90655,"width":577,"height":331}

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଇ-ମେଲ ପରେ ଏୟାର ଲାଇନର ଖାଦ୍ୟପେୟ ବିଭାଗର ୨ କର୍ମଚାରୀ ଏବଂ ୨ଜଣ କେବିନ କ୍ରୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା | ସେ କହିଛନ୍ତି ଯେ, ଖାଦ୍ୟପେୟ ବିଭାଗର ଜଣେ ସହାୟକ ପ୍ରବନ୍ଧକ ଏବଂ ଜଣେ ବରିଷ୍ଠ ସହାୟକ ଏହି କାମରେ ଲିପ୍ତ ଥିବା ଜାଣିବା ପରେ ସହାୟକ ପ୍ରବନ୍ଧକଙ୍କୁ ୬୩ ଦିନ ଏବଂ ବରିଷ୍ଠ ସହାୟକଙ୍କୁ ୩ ଦିନ ପାଇଁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା |

ଅଧିକାରୀ କହିଛନ୍ତି ଯେ, ଗତବର୍ଷ ମାର୍ଚ୍ଚ ମାସରେ ନୂଆ ଦିଲ୍ଲୀରୁ ସିଡନୀ ଯାଉଥିବା ୨ କେବିନ କ୍ରୁ ସଦସ୍ୟଙ୍କୁ ଚେତାବନୀ ଦିଆଯାଇଥିଲା | ଏମାନେ ମଧ୍ୟ ବଳକା ଖାଦ୍ୟ ଚୋରି କରୁଥିବା ଜଣାପଡିଥିଲା | ଏହାପରେ ସେମାନଙ୍କୁ କେବଳ ଜାତୀୟ ବିମାନ ସେବା ପାଇଁ ନିୟୋଜିତ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.