ପୁଣି ଓଡ଼ିଶାରେ ହେବ ଆଣ୍ଟିବଡି ଟେଷ୍ଟ: ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଁଞ୍ଚିବ ଟେଷ୍ଟ କିଟ୍

Published By : Prameya-News7 Bureau | June 24, 2020 IST

ଭୁବନେଶ୍ବର୨୪/୬: ପୁଣି ଓଡ଼ିଶାରେ ହେବ ଆଣ୍ଟିବଡି ଟେଷ୍ଟ । ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ଆଣ୍ଟିବଡ଼ି ଟେଷ୍ଟ କିଟ୍‌ । ଆଇସିଏମଆର ଦ୍ୱାରା ଅନୁମୋଦିତ କିଟ୍ ଓଡ଼ିଶାକୁ ଆସିବ । ଆରଏମଆରସିରେ ପହଞ୍ଚିବ। ବର୍ତ୍ତମାନ ଘରକୁ ଘର ହେଉଥିବା ସର୍ଭେରେ ଏହାକୁ ବ୍ୟବହାର କରାଯିବ । ଆସନ୍ତା କାଲି ଓଡ଼ିଶାରେ ଟେଷ୍ଟଙ୍ଗ କେମିତି ହେବ ସେ ନେଇ ଏକ ଯୋଜନା ପ୍ରସ୍ତୁତ ହେବ । ଓଡ଼ିଶାରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଏବେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନେ ସଂଗରୋଧ ଓ କୋଭିଡ ଯୋଦ୍ଧା ହେଉଛନ୍ତି । ତେଣୁ ଓଡ଼ିଶାରେ ଆଲାରାମିଙ୍ଗି ପରିସ୍ଥିତି ନାହିଁ । ଆମକୁ ସବୁଦିନ ପାଇଁ ସଚେତନ ହେବାକୁ ପଡିବ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.