Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ ଯାଇଥିଲେ ଶବ ଗୃହ ? ମୁମ୍ବାଇ ପୋଲିସ ତଦନ୍ତରେ ଉଠିଲା ପ୍ରଶ୍ନ

21/08/2020 at 10:10 PM

ମୁମ୍ବାଇ ୨୧।୦୮: ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଵଭାବିକ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏହା ସହିତ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅନେକ ପ୍ରକାରର ପ୍ରଶ୍ନ ଉଠିଛି। ନିକଟରେ ଏକ ନ୍ୟୁଜ୍ ପୋର୍ଟାଲ ଷ୍ଟିଙ୍ଗ ଅପରେସନ କରି ଏମିତି ଖୁଲାସା  କରିଛି ଯେଉଁ କାରଣରୁ ରିୟା ଚକ୍ରବର୍ତ୍ତୀଙ୍କ ସମସ୍ୟା ବଢିବାର ସମ୍ଭାବନା ରହିଛି।

ଉକ୍ତ ନ୍ୟୁଜ୍ ପୋର୍ଟାଲ ଦାବି କରିଛି ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ସେହି ଶବ ଗୃହକୁ ଯାଇଥିଲେ, ଯେଉଁଠି ସୁଶାନ୍ତଙ୍କ ମର ଶରୀର ରଖାଯାଇଥିଲା। କୁହାଯାଇଛି ଯେ, ସୁଶାନ୍ତଙ୍କ ମୃତ ଶରୀରର କୁପର  ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଥିଲା। ଖବର ଏହା ମଧ୍ୟ ରହିଛି ରିୟା ସେହି ହସ୍ପିଟାଲ ମଧ୍ୟ ଯାଇଥିଲେ ଏବଂ ସେଠାରେ ୪୫ ମିନିଟ୍‌ ରହିଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ ରିୟାଙ୍କୁ ଶବଗୃହ ଯିବାକୁ କେମିତି ଅନୁମତି ମିଳିଲା। ଯେଉଁଠି କି ସୁଶାନ୍ତଙ୍କ ପରିବାର ଲୋକଙ୍କୁ ମଧ୍ୟ ଯିବାକୁ ଦିଆଯାଇନଥିଲା, ସେଠାରେ ରିୟାଙ୍କୁ କେମିତି ଯିବାକୁ ଦିଆଗଲା।

ନ୍ୟୁଜ୍ ପୋର୍ଟାଲ ଦ୍ଵାରା ଷ୍ଟିଙ୍ଗ ଅପରେସନ ମଧ୍ୟରେ ଶବଗୃହର ଜଣେ ଅଧିକାରୀ କହିଛନ୍ତି ରିୟାଙ୍କୁ ବେଆଇନ ଭାବେ ଭିତରକୁ ଯିବାକୁ ଅନୁମତି ମିଳିଥିଲା। ଏହା ମଧ୍ୟ କୁହାଯାଉଛି ଏହି କାମରେ ମୁମ୍ବାଇ ପୋଲିସର ମଧ୍ୟ ସହଯୋଗ ମିଳିଥିଲା। ଯଦି ଏହି ଷ୍ଟିଙ୍ଗ ଅପରେସନ ସଠିକ୍ ସାବ୍ୟସ୍ତ ହୁଏ ତେବେ ରିୟାଙ୍କ ମୁସ୍କିଲ ବଢିବା ନିଶ୍ଚିତ। ଏହା ବ୍ୟତୀତ ମୁମ୍ଵାଇ ପୋଲିସର ତଦନ୍ତରେ ମଧ୍ୟ ପ୍ରଶ୍ନ ଉଠିବ।

   Related Posts