Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଲଦାଖ ପରେ ଉତ୍ତରାଖଣ୍ଡରେ ଚୀନର ଦୁଃସାହସ ? ମୁହଁତୋଡ ଜବାବ ଦେବାକୁ ଭାରତ ପ୍ରସ୍ତୁତ

21/07/2021 at 5:20 PM

ନୂଆଦିଲ୍ଲୀ ୨୧।୦୭: ଗତ ବର୍ଷ ଲଦାଖରେ ଭାରତ ସହ ସୈନ୍ୟ ସଂଘର୍ଷ ପରେ ଚୀନ ଅନ୍ୟ ଅଞ୍ଚଳରେ ମଧ୍ୟ ନିଜର ଗତିବିଧି ବଢାଇବାରେ ଲାଗିଛି। ଉତ୍ତରାଖଣ୍ଡର ବରହୋତି ଅଞ୍ଚଳରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚୀନ ସୈନିକଙ୍କ ଗତିବିଧି ଦେଖିବାକୁ ମିଳିଛି। ନିକଟରେ ଏଠାରେ ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ)ର ଏକ ପ୍ଲାଟୁନ ଦେଖିବାକୁ ମିଳିଥିଲା। ଏମିତି ସ୍ଥିତି ସେହି ସମୟରେ ଦେଖିବାକୁ ମିଳିଛି, ଯେବେ ନିକଟରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ  ହୋଇଥିଲା।

ଏଏନଆଇ ଅନୁଯାୟୀ, ନିକଟରେ ଉତ୍ତରାଖଣ୍ଡର ବରହୋତି ଅଞ୍ଚଳରେ ପିଏଲଏର ଏକ ପ୍ଲାଟୁନ ଦେଖିବାକୁ ମିଳିଥିଲା। ସେଠାରେ କିଛି ସମୟ ଚୀନ ସେନା ସର୍ଭେ କରିଥିଲେ। ଦୀର୍ଘ ଦିନ ପରେ ଉକ୍ତ ଅଞ୍ଚଳରେ ଚୀନ ସେନାର ଗତିବିଧି ଦେଖିବାକୁ ମିଳିଛି। ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଭାରତ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏପରିକି ବରହୋତି ନିକଟ ଏକ ଏୟାରବେସରେ ମଧ୍ୟ ଚୀନର ଗତିବିଧି ବଢି ଯାଇଛି। ଏଠାରେ ଡ୍ରାଗନ ବଡ ପରିମାଣରେ ଡ୍ରୋନ୍ସ ମୁତୟନ କରିଛି। ଭାରତ ମଧ୍ୟ ଏଠାରେ ଅତିରିକ୍ତ ସୈନ୍ୟ ମୁତୟନ କରିଛି ଏବଂ ଆଗୁଆ ସୈନ୍ୟ ଶିବିରକୁ ମଧ୍ୟ ସୈନ୍ୟ ପଠାଯାଇଛି।  ଭାରତୀୟ ବାୟୁସେନା ମଧ୍ୟ ଚିନ୍ୟାଲିସୋଡ ସହିତ କିଛି ଏୟାରବେସକୁ ଆକ୍ଟିଭ କରି ଦେଇଛି। ଏଠାରେ ଏନ-୩୨ ଲଗାତାର ଅବତରଣ କରୁଛି। ଚିନୁକ ହେଲିକପ୍ଟରକୁ ମଧ୍ୟ ମୁତୟନ କରାଯାଇଛି। ଆବଶ୍ୟକ ପଡିଲେ ସୈନିକଙ୍କୁ ଗୋଟିଏ ଘାଟିରୁ ଅନ୍ୟ ଘାଟିକୁ ସ୍ଥାନାନ୍ତର କରାଯାଇପାରେ।

   Related Posts