ଫ୍ଲପ୍‌ ଲିଷ୍ଟିଙ୍ଗ୍‌ ପରେ ମଧ୍ୟ LIC ବାଣ୍ଟିବ ଲାଭାଂଶ, ଆଗାମୀ ସପ୍ତାହରେ ନିଷ୍ପତ୍ତି

Published By : Prameya-News7 Bureau | May 24, 2022 IST

ନୂଆଦିଲ୍ଲୀ, ୨୪/୦୫: ଭାରତୀୟ ଜୀବନ ବୀମା ନିଗମ (LIC) ମେ ୩୦ ତାରିଖରେ କମ୍ପାନୀର ଶେଷ ତିନିମାସର ଫଳାଫଳ ଘୋଷଣା କରିବ । କମ୍ପାନୀ ଏନେଇ ମଙ୍ଗଳବାର କହିଛି ଏଲ୍‌ଆଇସିର ବୋର୍ଡ ମେମ୍ୱର ଡିଭିଡେଣ୍ଡ ଦେବା ପାଇଁ ବିଚାର କରୁଛି । ଏହି ଖବର ପରେ ବୀମା କମ୍ପାନୀର ସେୟାର ଦାମ୍‌ରେ ବୃଦ୍ଧି ଦେଖିବାକୁ ମିଳିଛି । ଇଣ୍ଟ୍ରାଡେରେ LICର ସେୟାର ନ୍ୟାସନଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜରେ ୧.୧୧ ପ୍ରତିଶତ ବୃଦ୍ଧି ସହିତ ୮୨୫.୯୦ରେ ଟ୍ରେଡ୍‌ କରିଛି ।

ବିଏସ୍‌ଆଇର ଏକ ଫାଇଲିଂରେ କମ୍ପାନୀ କହିଛି ଯେ, ୩୧ ମାର୍ଚ୍ଚ ୨୦୨୨ରେ କମ୍ପାନୀ ତ୍ରୈମାସିକ ଏବଂ ବାର୍ଷିକ ରିପୋର୍ଟ ପ୍ରକାଶ କରିବ । ଏଥିପାଇଁ ୩୦ ମେ ୨୦୨୨ରେ କମ୍ପାନୀର ବୋର୍ଡ ମିଟିଙ୍ଗ୍‌ ରହିଛି । ଏହି ଦିନ କମ୍ପାନୀ ଲାଭାଂଶ ବାଣ୍ଟିବା ନେଇ ବିଚାର କରିପାରେ ବୋଲି ଜଣାପଡ଼ିଛି ।

ବୀମା କମ୍ପାନୀର ସେୟାର ଏହାର ଇସ୍ୟୁ ପ୍ରାଇସ୍‌ର ଉପର ପ୍ରାଇସ୍‌ ବ୍ୟାଣ୍ଡ ୯୪୯ ଟଙ୍କା ପ୍ରତି ଇକ୍ୱିଟି ସେୟାର ଠାରୁ ୧୨ ପ୍ରତିଶତରୁ ଅଧିକ ହ୍ରାସରେ ଟ୍ରେଡିଂ ହେଉଛି । ସେୟାର ବଜାରର ସୂଚନା ଅନୁସାରେ ଏଲ୍‌ଆଇସିର ସେୟାର ମଜବୁତ୍‌ ଫଣ୍ଡାମେଣ୍ଟାଲ୍‌ ସହିତ କ୍ୱାଲିଟି ଷ୍ଟକ୍‌ । ଖୁବ୍‌ ଶିଘ୍ର ଏହାର ସେୟାର ୮୦୦ ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।        

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.