ମୁମ୍ବାଇ ୨୪।୫: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଷ୍ଟାଇଲ ପାଇଁ ବେଶ୍ ଜଣାଶୁଣା । ଅଭିନେତ୍ରୀ ତାଙ୍କ ସୁନ୍ଦର ଆଉଟ୍ଫିଟ୍ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଛନ୍ତି । ଜାହ୍ନବୀ ଛୋଟ ଡ୍ରେସ୍ ପିନ୍ଧିବାକୁ ସଙ୍କୋଚ କରନ୍ତିନାହିଁ । ସେ ଅଧିକ ବୋଲ୍ଡ ପୋଷାକ ମଧ୍ୟ ସହଜରେ ସମ୍ଭାଳି ନିଅନ୍ତି । ନିକଟରେ ଏମିତି ଏକ ବୋଲ୍ଡ ପୋଷାକରେ ତାଙ୍କୁ ଦେଖିବାକୁ ମିଳିଥିଲା । ଅଭିନେତ୍ରୀ ବ୍ଲକ୍ ସର୍ଟ ଡ୍ରେସ୍ ପିନ୍ଧି ଲୋକଙ୍କ ସାମ୍ନାକୁ ଆସିଥିଲେ ।
wp:html/wp:html
ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ତାଙ୍କ ତାଙ୍କ ଆଉଟ୍ଫିଟ୍ ପାଇଁ ଟ୍ରୋଲ୍ ହେବାକୁ ପଡିଛି । ଅଭିନେତ୍ରୀ କିଛି ଦିନ ତଳେ ରାତିରେ ସାଙ୍ଗମାନଙ୍କ ସହ ଡିନର କରିବାକୁ ପହଞ୍ଚିଥିଲେ । ଏହି ସମୟରେ ସେ ଏତେ ଛୋଟ ଡ୍ରେସ୍ ପିନ୍ଧିଥିଲେ ଯେ ଲୋକମାନେ ତାଙ୍କୁ ପରିହାସ କରିଥିଲେ । ସୋସିଆଲ ମିଡିଆରେ ମଦ୍ୟ ଏଥିପାଇଁ ତାଙ୍କୁ ଟ୍ରୋଲ୍ ହେବାକୁ ପଡିଥିଲା । ଜଣେ ବ୍ୟକ୍ତି ଲୋଖିଥିଲେ, ‘ନାଇଟି ପିନ୍ଧି ଆସିଗଲେ ।’ ଅନ୍ୟ ଜଣେ ଲେଖିଥିଲେ, ‘ଏମାନଙ୍କ ଡ୍ରେସିଂ ସେନ୍ସ ବୁଝାପଡେ ନାହିଁ ।’
ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଏବର୍ଷ ଅନେକ ବଡ ଫିଲ୍ମ ମିଳିଛି । ଖୁବ୍ ଶୀଘ୍ର ସେ ରାମକୁମାର ରାଓ ଷ୍ଟାରର ଫିଲ୍ମ ‘ମିଷ୍ଟର ଔର ମିସେସ୍ ମାହି’ରେ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତୀତ ସେ ‘ଗୁଡ୍ ଲକ୍ ଜେରୀ’, ‘ବମ୍ବେ ଗର୍ଲ’ ଏବଂ ‘ବଓ୍ବାଲା’ରେ ନିଜ ଅଭିନୟର ଜଲଓ୍ବା ଦେଖାଉଥିବା ନଜର ଆସିବେ । ଉଲ୍ଲେଖଯୋଗ୍ୟ ଯେ, ଜାହ୍ନବୀ କପୁର ୨୦୨୧ରେ ‘ରୁହି’ରେ ନଜର ଆସିଥିଲେ ।