କଲେଜରେ ନିର୍ବାଚନୀ ସଭା ପ୍ରସଙ୍ଗ : କଲେଜ ଅଧ୍ୟକ୍ଷ ଓ ଏସ୍‌ଡିପିଓଙ୍କୁ ନିଲମ୍ବନ ସୁପାରିଶ

Published By : Prameya-News7 Bureau | January 18, 2022 IST

ମହାକାଳପଡ଼ା ୧୮।୦୧: ମହାକାଳପଡ଼ା ମାଆ ତାରିଣୀ କଲେଜରେ ନିର୍ବାଚନୀ ସଭା କରିବା ପ୍ରସଙ୍ଗ । କଲେଜ ଅଧ୍ୟକ୍ଷ ଓ ଏସ୍‌ଡିପିଓଙ୍କୁ ନିଲମ୍ବନ କରିବାକୁ ସୁପାରିଶ । ଗଣଶିକ୍ଷା ବିଭାଗକୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନ । ଏସ୍‌ଡିପିଓଙ୍କୁ ନିଲମ୍ବନ ପାଇଁ ଡିଜିପିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ତେବେ  ଆଚରଣ ବିଧି ଉଲ୍ଲଂଘନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ କମିଶନ ସୁପାରିଶ କରିଛନ୍ତି । କଲେଜ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାଶଙ୍କୁ ନିଲମ୍ବନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖାଯାଇଥିବା ବେଳେ ସାଲେପୁର SDPO ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ କରିବାକୁ DGPଙ୍କୁ ଚିଠି ଲେଖାଯାଇଛି। ତୁରନ୍ତ ମୁଖ୍ୟାଳୟରେ ଅବସ୍ଥାପିତ କରିବାକୁ କୁହାଯାଇଛି । ଆଜି ସାନ୍ଧ୍ୟ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଣାଇବାକୁ ନିର୍ଦ୍ଦେଶ । ଉଭୟଙ୍କ ନାଁରେ ଆଇପିସି ସେକ୍ସନ ୧୮୮ ଆଧାରରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.