ବାଲେଶ୍ବରରେ କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ...

Published By : Prameya-News7 Bureau | April 13, 2020 IST

ବାଲେଶ୍ବର ୧୩/୪: କରୋନାର ମୁକାବିଲା ପାଇଁ ଆଜି ବାଲେଶ୍ବର ଜିଲ୍ଲାରେ କୋଭିଡ୍‌-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କୋଭିଡ୍‌ ହସ୍ପିଟାଲ ଖୋଲାଯିବାକୁ ନିଷ୍ପତ୍ତି ଯାଇଥିଲା । ଏହି କ୍ରମରେ କୁରୁଡାସ୍ଥିତ ଜ୍ୟୋତି ହସ୍ପିଟାଲରେ ଓଏଚ୍‌ପିସି ସହଭାଗିତାରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।

{"id":253442,"sizeSlug":"large"}

ସୂଚନା ମୁତାବିକ, ଅନୁରୂପ ଭାବେ ବାମପଦା ନୋସିରେ ୨୦୦ ଶଯ୍ୟା, ରେମୁଣାର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା, ଫକୀରମୋହନ ମହାବିଦ୍ୟାଳୟ କମର୍ସ ବ୍ଲକର ନ୍ୟୁ ହଷ୍ଟେଲରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏହା ମଧ୍ୟ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । କୋଭିଡ୍‌ ହସ୍ପିଟାଲରେ ଯାହା ସେବା ଉପଲବ୍ଧ ହେବା କଥା ତାହା ଏଠାରେ ରଖାଯିବ ବୋଲି କୁହାଯାଇଛି।ଅପରପକ୍ଷରେ ଖାଦ୍ୟ ସୁରକ୍ଷା ଯୋଜନାରେ ଶନିବାର ସୁଦ୍ଧା ୧୩,୦୫,୪୭୬ ଜଣ ପିଡିଏସ ହିତାଧିକାରୀଙ୍କୁ ୩ମାସର

{"id":253443,"sizeSlug":"large"}

ଖାଦ୍ୟ ସାମଗ୍ରୀ ବାବଦରେ ୧,୯୮,୭୪୫.୮୨ କ୍ୱିଣ୍ଟାଲ ଖାଦ୍ୟ ସାମଗ୍ରୀ (ଚାଉଳ, ଅଟା, ଗହମ) ବଂଟନ କରାଯାଇଛି । ଏହି କ୍ଷେତ୍ରରେ ୬୯% ଲକ୍ଷ୍ୟ ହାସଲ ହୋଇପାରିଛି । ସେହିପରି ୪,୩୦,୮୦୩ ହିତାଧିକାରୀ ପରିବାରଙ୍କୁ ୧ହଜାର ଟଙ୍କା ଲେଖାଏଁ ଟଙ୍କା ବଣ୍ଟନ କରାଯାଇଛି । ଏହି କ୍ଷେତ୍ରରେ ୮୬% ଲକ୍ଷ୍ୟ ହାସଲ ହୋଇପାରିଛି । ଜିଲ୍ଲାର ୪ଟି ସହରାଞ୍ଚଳର ୩୫୪ଜଣ ପଞ୍ଜୀକୃତ ରାସ୍ତାକଡ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାର ୧୦,୯୧୦ ପୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫୦୦/- ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଜିଲ୍ଲାର ୨୯୮ଟି ପଞ୍ଚାୟତରେ ୧୫,୮୬୨ ଜଣ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଏବେ ସୁଦ୍ଧା ଜିଲ୍ଲାର ସମସ୍ତ ୩୬୦ ପଞ୍ଚାୟତରେ ୧,୮୯,୪୨୯ ଜଣ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏବେ ସୁଦ୍ଧା ଜିଲ୍ଲାର ୪ଟି ସହରାଂଚଳର ୬୭୨୧ ଜଣ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ମଧୁବାବୁ ପେନସନ ଯୋଜନାରେ ମୋଟ ୨,୩୦,୧୦୫ଜଣ ହିତାଧିକାରୀଙ୍କୁ ଅଗ୍ରୀମ ପେନସନ ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.