ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା

Published By : Prameya-News7 Bureau | January 22, 2022 IST

ଭୁବନେଶ୍ୱର ୨୨।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୮୮୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୬୧୪୦ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୨୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୭୧୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୨୭ଜଣ ରହିଛନ୍ତି ।

wp:html /wp:html

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୬୦ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯୦ଜଣ, ବରଗଡ଼ ଜିଲ୍ଲାରୁ ୧୪୧ଜଣ, ଭଦ୍ରକ ଜିଲ୍ଲାରୁ ୧୧୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୩୨ଜଣ, ବୌଦ୍ଧ ଜିଲ୍ଲାରୁ ୯୩ଜଣ, କଟକ ଜିଲ୍ଲାରୁ ୬୨୮ଜଣ, ଦେଓଗଡ଼ ଜିଲ୍ଲାରୁ ୫୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦୦ଜଣ, ଗଜପତି ଜିଲ୍ଲାରୁ ୯୨ଜଣ, ଗଞ୍ଜାମ ଜିଲ୍ଲାରୁ ୫୩ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୦ଜଣ, ଯାଜପୁର ଜିଲ୍ଲାରୁ ୨୦୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୪୪ଜଣ, କଳାହାଣ୍ଡି ଜିଲ୍ଲାରୁ ୨୩୯ଜଣ, କନ୍ଧମାଳ ଜିଲ୍ଲାରୁ ୧୦୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୨ଜଣ, କେନ୍ଦୁଝର ଜିଲ୍ଲାରୁ ୧୧୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୫୨୮ଜଣ, କୋରାପୁଟ ଜିଲ୍ଲାରୁ ୨୦୩ଜଣ, ମାଲକାନଗିରି ଜିଲ୍ଲାରୁ ୫୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮୭ଜଣ, ନୟାଗଡ଼ ଜିଲ୍ଲାରୁ ୧୯୪ଜଣ, ନୂଆପଡ଼ା ଜିଲ୍ଲାରୁ ୨୦୫ଜଣ, ପୁରୀ ଜିଲ୍ଲାରୁ ୧୬୫ଜଣ, ରାୟଗଡ଼ା ଜିଲ୍ଲାରୁ ୨୨୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୮୧ଜଣ, ସୋନପୁର ଜିଲ୍ଲାରୁ ୨୦୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୦୧ଜଣ, ଷ୍ଟେଟ ପୁଲରୁ ୫୦୭ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୯୬୧୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୮୧୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୯୯୪୨୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୦୫୯୩୬୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.