କଲମ୍ବୋ ବସ ଷ୍ଟାଣ୍ଡରୁ ୮୭ ଟି ବୋମା ଡେଟୋନେଟର ଉଦ୍ଧାର : ଏମର୍ଜେନ୍ସି ଲାଗୁ, ଭାରତ ନୌସେନା ସୀମାରେ ହାଇ ଆଲର୍ଟ ଜାରି

Published By : Prameya-News7 Bureau | April 22, 2019 IST

କଲମ୍ବୋ ୨୨/୪ : ଗତକାଲି ଇଷ୍ଟର ପର୍ବ ପାଳନ କରୁଥିବାବେଳେ ଶାନ୍ତିସଭା ଚାଲିଥିବାବେଳେ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା | ଚର୍ଚ୍ଚ, ହୋଟେଲ ସମେତ ୮ଟି ଜାଗାରେ ବିସ୍ଫୋରଣ ହୋଇଥିଲା | ବିସ୍ଫୋରଣରେ ଏ ପର୍ଯ୍ୟନ୍ତ ୨୯୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି | ଆଜି ସକାଳୁ କଲମ୍ବୋ ବିମାନବନ୍ଦର ନିକଟରେ ଆଉ ଏକ ବୋମା ଜବତ ହୋଇଛି | ସୁରକ୍ଷାବଳ ବୋମାକୁ ଡିଫ୍ୟୁଜ କରିଥିଲେ | କିଛି ସମୟ ପୂର୍ବରୁ କଲମ୍ବୋ ବସ ଷ୍ଟାଣ୍ଡରୁ ୮୭ ଟି ବୋମା ଦିଟୋନେଟର ଉଦ୍ଧାର ହୋଇଛି | ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି | ଏମେର୍ଜେନ୍ସି ଆଜି ରାତି ଠାରୁ ଲାଗୁ ହେବ |

{"id":106105}


ଶ୍ରୀଲଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ରାଜିତା ସେନାରତନେ କହିଛନ୍ତି ଯେ, ଦେଶରେ ଇଷ୍ଟର ପର୍ବ ବେଳେ ହୋଇଥିବା ସିରିଜ ବିସ୍ଫୋରଣ ପଛରେ ନ୍ୟାସନାଲ ତୋହିଦ ଜମାତ ସଂଗଠନର ହାତ ଥିବା ଆଶଙ୍କା କରାଯାଉଛି | ସମସ୍ତ ଆତ୍ମଘାତୀ ଆକ୍ରମଣକାରୀ ଶ୍ରୀଲଙ୍କା ନାଗରିକ ଥିଲେ |

{"id":106108,"width":575,"height":322}

ଭାରତୀୟ ନୌସେନା ସିମବର୍ତ୍ତୀ ଅଂଚଳରେ ହାଇ ଆଲର୍ଟ ଜାରି କରାଯାଇଛି | ଶ୍ରୀଲଙ୍କାର ଆକ୍ରମଣକାରୀ ଯେକୌଣସି ମୁହୂର୍ତ୍ତରେ ଭାରତରେ ହମଲା କରିପାରନ୍ତି ବୋଲି ଆଶଙ୍କା କରାଯାଇ ହାଇ ଆଲର୍ଟ ଜାରି କରାଯାଇଛି | ସେଥିପାଇଁ ହଜାଜ ଏବଂ ସର୍ଭିଲାନ୍ସ ଏୟାର କ୍ରାଫ୍ଟ ଡୋନିୟର ନିୟୋଜିତ କରାଯାଇଛି |

{"id":106106,"width":575,"height":341}


୧୦ ବର୍ଷ ପରେ ଶ୍ରୀଲଙ୍କାରେ ଏହିଭଳି ହମଲା ହୋଇଛି | ପୋଲିସ ୨୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି | କୌଣସି ଏତନାକୀ ସଂଗଠନ ଏହି ହମଲା ପାଇଁ ଦାୟୀ ଥିବା ସ୍ପଷ୍ଟ କରିନାହାନ୍ତି | କିନ୍ତୁ ଇସ୍ଲାମିକ ସମ୍ପ୍ରଦାୟ ତୌହିଦ ଜମାତର ହାତ ଏହି ହମଲା ପଛରେ ଥିବା ଆଶଙ୍କା କରାଯାଉଛି | ସରକାର କଲମ୍ବୋରେ ଆଜି ରାତି ୮ଟା ରୁ ଆସନ୍ତାକାଲି ସକାଳ ୪ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି | ସୋସିଆଲ ମିଡ଼ିଆ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗ ଯାଇଛି |

{"id":106107,"width":577,"height":363}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.