ମାନବ ଚାଲାଣର ଶିକାର ୪ ଭାରତୀୟଙ୍କ ମୃତ୍ୟୁ, କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଲେ ପିଏମ ଟ୍ରୁଡୋ, ୮ ଜଣଙ୍କୁ ଅଟକ ରଖିଲା ଆମେରିକା

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ,୨୨/୦୧:  ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ ମାନବ ଚାଲାଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଚାରି ଜଣ ଭାରତୀୟ କଥିତ ରୁପେ କାନାଡା ଏବଂ ଆମେରିକା ସୀମା ପାର ଉଦ୍ୟମ ବେଳେ ବରଫରେ ଜମି ମୃତ୍ୟୁବରଣ କରିଥିଲେ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଡ୍ରୁଡୋ ଏହା ଉପରେ କହିଛନ୍ତି, ‘ଗୋଟିଏ ପରିବାରର ଏପରି ମୃତ୍ୟୁ ଅତ୍ୟନ୍ତ ଦୁଃଖଦ । ଏହାଠୁ ଅଧିକ ଦୁଃଖଦ କଥା, ସେମାନଙ୍କ ବିବଶତାର ଲାଭ ଉଠାଇ ମାନବ ଚାଲାଣ ପରି ଘଟଣା ଘଟାଉଛନ୍ତି’।  

ଅନ୍ୟପଟେ ଆମେରିକାର ଅଧିକାରୀ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖିଛନ୍ତି । ଏଥିରେ ଜଣେ ଆମେରକାର ନାଗରୀକ ଥିବା ଜଣାପଡିଛି । ମନାବଚାଲଣରେ ଏମାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ୮ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଥଣ୍ଡା ଯୋଗୁଁ ଉଭୟଙ୍କ ଦେହ ଅସୁସ୍ଥ ହୋଇଥିଲା।

ଅନ୍ୟପଟେ ଭାରତୀୟ ଅଧିକାରୀ କାନାଡାର ଅଧିକାରୀଙ୍କ ସହ ମିଶି ଘଟଣାର ତଦନ୍ତ ଜାରି ରହିଛନ୍ତି । ଟୋରଣ୍ଟୋରେ ଭାରତର ବାଣିଜିକ ଦୂତାବାସ ସ୍ଥାନୀୟ ଅଧିକାରୀଙ୍କ ସହ ସମନ୍ୱୟ ରଖିବା ପାଇଁ ଅଧିକାରୀଙ୍କ ଏକ ଟିମ ୱିନ୍ନିପେଗ ପଠାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଚାରି ମୃତକଙ୍କ ପରିଚୟ ମିଳିପାରି ନାହିଁ । ମେନିଟୋବା ରୟାଲ କାନେଡିୟାନ ପୋଲିସ ନିଜର ତଦନ୍ତ ଜାରି ରଖିଛି । ସୋମବାର ଶବ ବ୍ୟବଚ୍ଛେଦ ହେବାର ସମ୍ଭବାନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.