ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣାରେ କାର୍ଯ୍ୟାନୁଷ୍ଠାନ : ୮ ଜଣଙ୍କୁ ବାନ୍ଧିଲା ଖଲ୍ଲିକୋଟ ପୋଲିସ

Published By : Prameya-News7 Bureau | May 16, 2024 IST

ଖଲ୍ଲିକୋଟ ୧୬।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ହିଂସାକାଣ୍ଡ ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି । ବୁଧବାର ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ଶ୍ରୀକୃଷ୍ଣଶରଣପୁର ଗାଁର ଦିଲୀପ ପାହାନ ।

ମୃତକ ଦିଲୀପଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ବର୍ତ୍ତମାନ ୮ ଜଣଙ୍କୁ ଖଲ୍ଲିକୋଟ ପୋଲିସ ଗିରଫ କରିଛି ।

ହିଂସା ଘଟଣାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସମବେଦନା ସହ ଘଟଣାକୁ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଆହତ ଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । 

ସେପଟେ ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ କହିଛନ୍ତି, ନିର୍ବାଚନ ସମୟରେ ହିଂସାକୁ ବରଦାସ୍ତ କରାଯିବନି । ଗଞ୍ଜାମରେ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ପୋଷ୍ଟରମରାକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ୨ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ହଣାକଟା ହୋଇଥିଲା । ୪ ଜଣ ଗୁରୁତର ହୋଇଥିବା ବେଳେ ଗୁରୁବାର ବିଜେପି କର୍ମୀ ଦିଲୀପ ପାହାନଙ୍କର ମୃତ୍ୟୁ ହୋଇଛି । 

You Can Read :

ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି, NBW ଉପରେ ରୋକ୍ ଲଗାଇଲେ କୋର୍ଟ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.