Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଭରସା ଜିତିଲା ସମ୍ ଅଲ୍‌ଟିମେଟ୍‌ ମେଡିକେୟାର: ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ଙ୍କ ଚିକିତ୍ସାରେ ସୁସ୍ଥ ହେଲେ ଗୁରୁତର ଅସୁସ୍ଥ

15/04/2020 at 3:23 PM

ଭୁବନେଶ୍ୱର ୧୪।୦୪ : କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ ଥାଇ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ ୬୬ ବର୍ଷୀୟ ବ୍ୟକ୍ତି ସମ୍‌ ଅଲ୍ଲଟିମେଟ ମେଡିକେଆର ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି । ନିମୋନିଆ ଓ ସେପ୍ଟିସେମିଆ ରୋଗରେ ପୀଡିତ ହେମନ୍ତ କୁମାର ମହାପାତ୍ରଙ୍କୁ ପ୍ରଥମେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ହସ୍ପିଟାଲରେ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟି ନଥିବା ବେଳେ ଆର୍ଥିକ ବୋଝ ବି ରୋଗ ଯନ୍ତ୍ରଣାକୁ ଆହୁରି ବଢାଇଦେଇଥିଲା । ଠିକ ଏହି ସମୟରେ ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ମଧ୍ୟ ତାଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ । ଏହି ଘଟଣାରେ ବିବ୍ରତ ହୋଇ ତାଙ୍କ ପରିବାର ତାଙ୍କୁ ନୂଆ କରି ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ହସ୍ପିଟାଲ ସମ୍‌ ଅଲ୍‌ଟିମେଟ୍ ମେଡିକେଆରରେ ଚିକିତ୍ସା କରାଇବାର ନିଷ୍ପତି ନେଇଥିଲେ ।

ହେମନ୍ତ କୁମାରଙ୍କୁ ସମ୍ ଅଲ୍‌ଟିମେଟ୍‌ ମେଡିକେୟାରରେ ଭର୍ତି କରାଯିବା ପରେ ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା । ରୋଗୀଜଣକ କ୍ରନିକ ଅବଷ୍ଟ୍ରକଟିଭ ପାଲମୂନାରୀ ଡ଼ିସିଜ (ସିଓପିଡି ), ଇଣ୍ଟରଷ୍ଟିସିଆଲ ଲଙ୍ଗ ଡ଼ିସିଜ (ଆଇଏଲଡି )ଏବଂ ଡାଇବେଟିସ ରୋଗରେ ପୀଡିତ ଥିଲେ । ସମ୍‌ ଅଲ୍ଲଟିମେଟର କ୍ରିଟିକାଲ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କ ନେତୃତ୍ୱ ରେ ଡାକ୍ତର, ନର୍ସ ଓ ପାରାମେଡିକାଲ ଟିମ ହେମନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ତାଙ୍କ ପରିବାରକୁ ବୁଝାଇବା ସହ ତାଙ୍କୁ ସୁସ୍ଥ କରିବା ନିମନ୍ତେ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ଆଶ୍ୱାସନା ଦେଇଥିଲେ ।

ଦୀର୍ଘ ଏକମାସ ଧରି ସମ୍ ଅଲ୍‌ଟିମେଟ୍‌ ମେଡିକେୟାରର ଡାକ୍ତରୀ ଟିମ ତାଙ୍କୁ ନିରନ୍ତର ଓ ଉପଯୁକ୍ତ ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡାକ୍ତର ଆନନ୍ଦ ମିଶ୍ର, ଡାକ୍ତର ଅଭିଜିତ ରାହା ଏବଂ ଡାକ୍ତର ଅରୁଣ କୁମାର ସାହୁଙ୍କୁ ନେଇ ଗଠିତ ମଲ୍ଟିଡିସିପ୍ଲିନାରୀ କ୍ରିଟିକାଲ କେୟାର ଟିମ ତାଙ୍କର ଚିକିତ୍ସା କରିଥିଲେ । ନ୍ୟୁଟ୍ରିସନିଷ୍ଟ ଶ୍ରୀମତୀ ସୁଶ୍ରୀ ସଂଗୀତା ଜେନା ଏବଂ ଫିଜିଓଥେରାପିଷ୍ଟ ଡାକ୍ତର ପ୍ରିୟବ୍ରତ ସ୍ୱାଇଁ ରୋଗୀଙ୍କ ଶାରୀରିକ ଚିକିତ୍ସା ଓ ପୋଷଣର ତଦାରଖ କରିଥିଲେ ।ସମ୍‌ ଅଲ୍ଲଟିମେଟର କ୍ରିଟିକାଲ କେୟାର ଟିମ, ବିଶେଷ ଭାବେ ବିଶେଷଜ୍ଞ ଓ ମେଡିକାଲ ଷ୍ଟାଫଙ୍କ ଚିକିତ୍ସା ଓ ଯତ୍ନ, ସହଯୋଗ, ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର ଏବଂ ପ୍ରଚେଷ୍ଟା ଯୋଗୁଁ ହି ହେମନ୍ତ ସମ୍ପୂର୍ଣ ସୁସ୍ଥ ହୋଇ ପାରିଛନ୍ତି । ଏହାର ସବୁ ଶ୍ରେୟ ସମମ ଟିମ କୁ ହିଁ ଯାଉଛି । ହେମନ୍ତ ସମ୍ପୂର୍ଣ ସୁସ୍ଥ ହେବା ନେଇ ସମ୍‌ ଅଲ୍ଲଟିମେଟ ମେଡିକେୟାରର ଡାକ୍ତରୀ ଟିମ ଓ ଷ୍ଟାଫଙ୍କ ମଧ୍ୟରେ ବେଶ ଉତ୍ସାହ ଆଣିଦେଇଛି ।

   Related Posts