ନୂଆ ଅତିଥିକୁ ମିଳିଲା ସ୍ନେହ ଆଦର: ହିରୋ ସହ ମିଶିଲା ପଦ୍ମା

Published By : Prameya-News7 Bureau | January 06, 2021 IST

ବ୍ରହ୍ମପୁର୬/୧: ଅନ୍ୟ ହାତୀମାନଙ୍କ ସହ ମିଶିଲା ଛୁଆ ହାତୀ ପଦ୍ମା। ବ୍ରହ୍ମପୁରରୁ ଉଦ୍ଧାର କରି କପିଳାଶ ଉଦ୍ଧାର କେନ୍ଦ୍ରରେ ଛଡ଼ା ଯାଇଛି। ଗତ ୩୧ତାରିଖ ରାତିରେ ନୂଆ ଅତିଥି ଭାବେ ପଦ୍ମା ସେଠାରେ ସାମିଲ ହୋଇଥିଲା। ଏହି ଛଅ ମାସର ହାତୀ ଛୁଆ ପଦ୍ମାକୁ ସ୍ୱତନ୍ତ୍ର ଘରେ ବେଶ ଯତ୍ନର ସହ ରଖାଯାଇଥିଲା। ତାର ରକ୍ତ ନମୁନା ଠାରୁ ଆରମ୍ଭ କରି ସମସ୍ତ ପରୀକ୍ଷା ପାଇଁ ପଠାଯାଇଥିଲା। ଗତକାଲି ପଦ୍ମର ରକ୍ତ ପରୀକ୍ଷା ରିପୋର୍ଟ ଆସିଛି।

ତେବେ ତାର  ଶରୀର ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ କୌଣସି ସଂକ୍ରମଣ ନଥିବା ଜଣାପଡିଛି। ଏପରି କି ପଦ୍ମା ବେଶ ସକ୍ରିୟ ଥିବା ପ୍ରଥମ ଦିନରୁ ତାର କାର୍ଯ୍ୟକଳାପରୁ ଜଣାପଡିଛି। କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ପୂର୍ବରୁ ରହିଥିବା ୧୦ରୁ ୧୨ ବର୍ଷର ଚନ୍ଦୁ, କାର୍ତ୍ତିକ ଓ ଉମା ସମେତ ତିନି ବର୍ଷର ହିରୋ ସହ ପଦ୍ମା ମିଶିବା ପରେ ବେଶ ଖୁସି ଥିବା ଅନୁମାନ କରାଯାଇଛି। ତେବେ ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ତିନି ବର୍ଷର ହିରୋ ସହ ପଦ୍ମାର ଯୋଡି ବେଶ ଜମିବା ବୋଲି ଆଜି ମିଶିବା ପରେ ଅନୁମାନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.