ଅଭେଦ୍ୟ ଜେଲ୍‌ ଭିତରୁ ଖସିଗଲେ ୬ କଏଦୀ, ଟେର୍‌ ପାଉନି ପୋଲିସ୍‌, ଖୋଜିବାକୁ ଲଗାଯାଇଛି ସନ୍ଧାନୀ କୁକୁର

Published By : Prameya-News7 Bureau | September 06, 2021 IST

ଜେରୁସାଲେମ, ୦୬/୦୯: କଡ଼ା ସୁରକ୍ଷା ସତ୍ତ୍ୱେ ଏକ ଜେଲ୍‌ରୁ ୬ ଜଣ କଏଦୀ ଖସିଯିବାକୁ ସକ୍ଷମ ହୋଇଛନ୍ତି । ଏପରି ଏକ ଘଟଣା ଘଟିଛି ଏସ୍ରେଏଲ୍‌ର ଏକ ଜେଲ୍‌ରେ । ନର୍ଦ୍ଦନ ଇସ୍ରାଏଲ୍‌ରେ ଥିବା ଦେଶର ସବୁଠାରୁ ଅଧିକ ସୁରକ୍ଷା ଦିଆଯାଉଥିବା ଗିଲ୍‌ବୋଆ ଜେଲ୍‌ରୁ ଏହି କଏଦୀମାନେ ଫେରାର ହୋଇଯାଇଛନ୍ତି ।

ଇସ୍ରାଏଲ୍‌ର ପୋଲିସ୍‌ ମୁଖପାତ୍ର ଏଲି ଲେଭି ଏକ ରେଡିଓକୁ ଦେଇଥିବା ସୂଚନା ଅନୁସାରେ, ବିଳମ୍ୱିତ ରାତିରେ ଏନେଇ ତାଙ୍କ ପାଖକୁ କିଛି କଏଦୀ ଜେଲ୍‌ର ସେଲ୍‌ ଭିତରେ ନଥିବା ଖବର ଆସିଥିଲା । ପରେ ଉକ୍ତ ସେଲ୍କୁ ଯାଇ ସର୍ଚ୍ଚ କରିବା ପରେ ୬ ଜଣ କଏଦୀ ସେଠାରୁ ଚମ୍ପଟ ମାରିଥିବା ଜଣାପଡ଼ିଥିଲା । ଏହି ବନ୍ଦୀମାନଙ୍କୁ ଖୋଜିବାକୁ ଏକ ଟିମ୍‌ ଗଠନ କରାଯାଇଥିବା ସେ କହିଛନ୍ତି । ପୋଲିସ୍‌, ସ୍ଥଲସୈନ୍ୟ ଏବଂ କିଛି ଏଜେଣ୍ଟ ଯେଉଁମାନେ କି ଆଭ୍ୟନ୍ତରୀଣ ସିକ୍ୟୁରିଟିରେ କାମ କରୁଛନ୍ତି ଫେରାର କଏଦୀଙ୍କୁ ଖୋଜିବାରେ ଲାଗିଛନ୍ତି । ଏଥିସହିତ ଗିଲବୋଆର ବିଭିନ୍ନ ଚେକ୍‌ ପଏଣ୍ଟ୍‌ରେ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ବେଳେ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଥିବା ଜଣାପଡ଼ିଛି ।

ଏହି ବନ୍ଦୀମାନଙ୍କ ମଧ୍ୟରେ ଉତ୍ତର-ପଶ୍ଚିମ ଜେନିନ୍‌ର ପୂର୍ବତନ ଫତାହ ଦଳର ନେତା ଜାକରିୟ ଜୁବେଡି ଏବଂ ପାଲେଷ୍ଟାଇନ ଇଣ୍ଟିଫଡା ବା ବିଦ୍ରୋହ ସମୟରେ ଇସ୍ରାଏଲ ଉପରେ ଆକ୍ରମଣରେ ସମ୍ପୃକ୍ତ ଥିବା ପାଞ୍ଚ ଜଣ ପାଲେଷ୍ଟାଇନ ଇସଲାମିଆ ଜିହାଦ ସଦସ୍ୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ। ସେମାନେ ୨୦୦୦ ମସିହାରୁ ଜେଲ୍‌ରେ ରହି ଦଣ୍ଡ ଭୋଗୁଥିଲେ।

ତେବେ ଅନ୍ୟ ବନ୍ଦୀମାନେ ହେଲେ ମୋନାଡେଲ ୟାକୁବ ନାଫିଟ୍ (୨୬), ୟାକୁବ କାସେମ, ୟାକୁବ ମହମୁଦ କାଦ୍ରି(୪୯), ଆହାମ ନାଏଫ କାମଜଜୀ, (୩୫) ଏବଂ ମହମୁଦ ଅବଦୁଲ୍ଲା ଅରଦା, (୪୬) । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଅତି କମରେ ଚାରିଜଣ ବ୍ୟକ୍ତି ଆଜୀବନ କାରାଦଣ୍ଡ ଭୋଗୁଥିଲେ। |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.