ଖୁସି ଖବର : ସୁସ୍ଥ ହେଲେ ଆଉ ୫୭ ଆକ୍ରାନ୍ତ, ଭୁବନେଶ୍ୱର ଓ ଜଗତସିଂହପୁର ଏବେ କରୋନା ମୁକ୍ତ

Published By : Prameya-News7 Bureau | May 18, 2020 IST

ଭୁବନେଶ୍ୱର ୧୮|୦୫: ରାଜ୍ୟ ପାଇଁ ଖୁସି ଖବର । ପୁଣି ୫୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ୪୦ ଜଣ ଗଞ୍ଜାମର , ୫ଜଣ ଜଗତସିଂହପୁରର, ୪ଜଣ ମୟୁରଭଞ୍ଜର, ୩ଜଣ ଭୁବନେଶ୍ୱରର, ୨ଜଣ ବଲାଙ୍ଗୀରର, ବାଲେଶ୍ୱର , ସୁନ୍ଦରଗଡ଼ ଓ କେନ୍ଦ୍ରାପଡାର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ହୋଇଥିବା ବେଳେ ଯାଜପୁରରୁ ୩ ଓ ୨ଜଣ ବାଲେଶ୍ୱରର ରହିଛନ୍ତି ।

wp:html /wp:html

ଏହାପୂର୍ବରୁ ସୋମବାର ଦିନ ସକାଳେ ରାଜ୍ୟରେ ୪୮ଜଣ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । କିନ୍ତୁ ଆଜି ୫୭ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୭୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

wp:html /wp:html

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ ଜଗତସିଂହପୁରର ଓ ୩ ଜଣ ଭୁବନେଶ୍ୱରରରୁ ରହିଛନ୍ତି । ଯାହାଦ୍ବାରା ଜଗତସିଂହପୁର ଓ ଭୁବନେଶ୍ୱର ଏବେ କରୋନା ମୁକ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.