କଟକ ସହରରେ ଆଉ ୫୪ କରୋନା ପଜିଟିଭ୍ ଚିହ୍ନଟ, ୪୫୨ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | July 22, 2020 IST

କଟକ ୨୨।୭: କଟକ ସହରରେ ଆଜି ୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ହୋମ୍ କ୍ବାରେଣ୍ଟାଇନରୁ, ୧୧ ଜଣ ସରକାରୀ କ୍ବାରେଣ୍ଟାଇନରୁ ଏବଂ ୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଦୁଇ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଥୋରିଆ ସାହିର ଜଣେ କୋଭିଡ୍ ଯୋଦ୍ଧା ଓ ସୁତାହାଟର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଅଛନ୍ତି । ଏହା ସହିତ ସିଏମସି ଅଞ୍ଚଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୧୯ ଆକ୍ଟିଭ୍ କେସ୍ ରହିଛି । କରୋନା ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.