ହୋଲି ମେଲଣ ବେଳେ ଗୋଷ୍ଠୀ ସଂଘର୍ଷ, ୫ ଆହତ

Published By : Prameya-News7 Bureau | March 21, 2019 IST

ଭଣ୍ଡାରୀପୋଖରୀ ୨୧|୩ : ହୋଲି ମେଲଣ ବେଳେ ପାରମ୍ପରିକ ବାଡି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ  ହୋଇଛି । ଲସେବାଡିରେ ଗଣ୍ଡଗୋଳ ହୋଇ  ୫ଜଣ ଆହତ ହୋଇଛନ୍ତି  ।  ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମାଳଦା ପଞ୍ଚାୟତ ସାରଣାଠାରେ ହୋଲି ପାଇଁ ଠାକୁରଙ୍କୁ ଶୋଭାଯାତ୍ରାରେ ନେଉଥିବା  ବେଳେ ବାଡ଼ିଖେଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ଉଭୟ ପକ୍ଷର ୫ଜଣ ଆହତ ହୋଇଛନ୍ତି । ଏ ନେଇ ଭଣ୍ଡାରିପୋଖରୀ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି ।  ଭଣ୍ଡାରିପୋଖରୀ ପୋଲିସ ୮ ଜଣଙ୍କୁ ଅଟକ ରଖିଛି । ଥାନାରେ ସମାଧାନ ପାଇଁ ଉଭୟ ପକ୍ଷରୁ ଭଦ୍ରଲୋକମାନେ ଚେଷ୍ଟା କରୁଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.