ଭୁବନେଶ୍ୱରରୁ ଆଉ ୪୬ କରୋନା ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | July 08, 2020 IST

ଭୁବନେଶ୍ୱର ୦୮/୦୭ : ଭୁବନେଶ୍ୱରରୁ ଆଜି ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୪ ଲୋକାଲ କେସ୍‌ ବୋଲି ଜଣାପଡିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ବିଏମ୍‌ସି ଅଞ୍ଚଳରୁ ୪୬ ଜଣ ଅଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ ୨୪ ଲୋକାଲ୍‌ କେସ୍ ରହିଛି ‌। ଏମ୍ସ ନିକଟସ୍ଥ ପାତ୍ରପଡ଼ାରୁ ଜଣେ, କଟକ ରୋଡ୍‌ରୁ ଜଣେ, ପ୍ରାଇଭେଟ୍‌ ମେଡିକାଲ୍‌ର ୩ ଜଣ କର୍ମଚାରୀ, ଆର୍‌ଟିଓ-୧ର ୪ ଜଣ କର୍ମଚାରୀ, ୟୁନିଟ୍‌-୮ ବାଳକ ବିଦ୍ୟାଳୟ ନିକଟରୁ ଜଣେ, ନୟାପଲ୍ଲୀରୁ ଜଣେ, ଘାଟିକିଆ ପର୍ଶୁରାମନ୍ଦିର ନିକଟରୁ ଜଣେ, ନୟାପଲ୍ଲୀ ବେହେରା ସାହିରୁ ଜଣେ, ପୋଖରୀପୁଟ୍‌ କେଶରୀ ଭିଲ୍ଲା ଅଞ୍ଚଳରୁ ଜଣେ, କୋଳଥିଆରୁ ଜଣେ, ଜୟଦେବ ବିହାର ନିକଟସ୍ଥ ଦଶରଥ ଆପାର୍ଟମେଣ୍ଟରୁ ଜଣେ, ସରକାରୀ ମେଡିକାଲ୍‌ର ୨ ଜଣ କର୍ମଚାରୀ, ପ୍ରାଇଭେଟ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା କଳିଙ୍ଗ ନଗର ଅଞ୍ଚଳରୁ ଜଣେ, ଗଙ୍ଗନଗରରୁ ଜଣେ ୧୪ ବର୍ଷୀୟ ବାଳକ, ବେସରକାରୀ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ଜିଲ୍ଲା ବାହାର ରୋଗୀ, ବେସରକାରୀ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ପାତ୍ରପଡ଼ା ଅଞ୍ଚଳରୁ ଜଣେ ଓ ଖଣ୍ଡଗିରି ଅଞ୍ଚଳରେ ଏକ ବେସରକାରୀ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଏବେ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି ।

wp:core-embed/twitter {"url":"https://twitter.com/bmcbbsr/status/1280812159191019520","type":"rich","providerNameSlug":"twitter","className":""}
https://twitter.com/bmcbbsr/status/1280812159191019520
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.