ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ୪୦୬ ହାତୀଙ୍କ ମୃତ୍ୟୁ, ଦୁର୍ଘଟଣା ନେଇଛି ୧୬୨ ହାତୀଙ୍କ ଜୀବନ

Published By : Prameya-News7 Bureau | December 07, 2021 IST

ଭୁବନେଶ୍ବର ୭।୧୨: ରାଜ୍ୟରେ ଗତ ୫ ବର୍ଷରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି । ୨୦୧୬-୨୦୨୧ ମଧ୍ୟରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୧୬୨ ହାତୀଙ୍କର ମୃତ୍ୟୁ ହୋଇଛି । ରେଳ ଦୁର୍ଘଟଣାରେ ୧୪, ରାସ୍ତା ଦୁର୍ଘଟଣାରେ ୪ ହାତୀ ମରିଛନ୍ତି । ସେହିଭଳି ବିଦ୍ୟୁତ ଆଘାତରେ ୫୪, ଶିକାରୀଙ୍କ ଦ୍ବାରା ୧୧ ଓ ଅନ୍ୟାନ୍ୟ କାରଣ ପାଇଁ ୯୦ ହାତୀଙ୍କର ମୃତ୍ୟୁ ହୋଇଛି ।

ସେପଟେ ଗତ ୫ ବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମରିଛନ୍ତି ୩୫୫ ପ୍ରାଣୀ । ଏହା ଭିତରୁ ସ୍ତନ୍ୟପାୟୀ ପ୍ରାଣୀ ୧୭୩, ପକ୍ଷୀ ୧୬୫, ସରୀସୃପ ୧୬ ରହିଛନ୍ତି । ସେହିପରି ୫ ବର୍ଷ ଭିତରେ ଜନ୍ମ ଗ୍ରହଣ କରିଛନ୍ତି ୧୩୯୨ ପ୍ରାଣୀ । ୨୦୧୭ ରୁ ୨୦୨୧ ମଧ୍ୟରେ ଦେଶ ବିଦେଶର ୩୫ ପ୍ରାଣୀ ଅଣାଯାଇଛି । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.