Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ଗୁଣିଗାରେଡି ପାଇଁ ୪ବର୍ଷର ଛାତ୍ରୀକୁ ବଳି,ଗାଁରେ ଉତ୍ତେଜନା,୨ ଗିରଫ

20/10/2019 at 9:22 AM

ସୁନ୍ଦରଗଡ଼ ୨୦/୧୦: ଅନ୍ଧ ବିଶ୍ବାସ ଆଗରେ ହାର ମାନିଛି ମାନବିକତା,ନିଜକୁ ବଳିଆନ ଦେଖାଇବା ସହ ଗୁଣି ଶିଖି ନିଜର କତୃତ୍ବ ଜାହିର କରିବା ପାଇଁ ହତ୍ୟା କରିଛି । ଆଉ ହତ୍ୟାର ଶିକାର ହୋଇଛି ଏକ ୪ ବର୍ଷର ନିଷ୍ପାପ ଶିଶୁ କନ୍ୟା। ଏହି ଭଳି ଏକ ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଧୁରୁଆଡିହି ଥାନା ଅନ୍ତର୍ଗତ କୁଲଟାପଂଚାୟତ ଘୁମଡା ଗ୍ରାମରେ। 

ନିଜ ପିଲାର ଏକ ଉଜ୍ଜଳ ଭବିଷ୍ୟତ ଦେଖିଥିଲେ କୁଲଟା ଗ୍ରାମର ଇନ୍ଦ୍ରମଣି ସା ଓ ହିରାବତି ସା। ସକାଳୁ ଛୁଆକୁ ଗାଧୋଇ ପାଠ ପଢିବାକୁ ପଠାଇଥିଲେ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ। ପ୍ରତିଦିନି ପରି ପାଠ ପଢି ୪ବର୍ଷର ଶିଶୁ କନ୍ୟା ଫେରିଥିଲା ନିଜ ଘରକୁ। ଘରକୁ ଫେରି ନିଜ ବହି ବସ୍ତାନି ରଖିବା ପରେ ଘର ସମ୍ମୁଖରେ ନିଜ ସାଙ୍ଗ ସାଥୀଙ୍କ ସହ ଖେଳିବାକୁ ବାହାରି ଯାଇଥିଲା ହେଲେ ସେ ଜାଣିନଥିଲା ଆଉ କେବେ ସେ ନିଜ ଘରକୁ ଫେରିବ ନାହିଁ। ଖେଳୁଥିବା ସମୟରେ ହଠାତ ନିଖୋଜ ହୋଇଯାଇଥିଲା ୪ବର୍ଷର ଏହି ଶିଶୁ କନ୍ୟା। ଅପରାହ୍ନ ପର୍ଯନ୍ତ ଘରକୁ ନଫେରିବା ପରେ ପରିବାର ବର୍ଗ ବହୁ ଖୋଜାଖୋଜି କରିଥିଲେ। ତେବେ ଏହି ଘୁମଡା ଗ୍ରାମରେ ରହୁଥିବା ସଂଧ୍ୟା ନାଗ ନାମକ ଜଣେ ମହିଳା ତନ୍ତ୍ର ପୂଜା କରୁଥିବା ନେଇ ଗାଁ ଲୋକ ପୁର୍ବରୁ ଜାଣିଥିଲେ ଏବଂ ସନ୍ଦେହରେ ତାଙ୍କ ଘରକୁ ପଶି ଖୋଜାଖୋଜି କରିବା ପରେ ଶିଶୁକନ୍ୟାର ମୃତ ଦେହ ମିଳିଥିଲା ଏକ ବନ୍ଦ ବାକ୍ସ ଭିତରୁ। ଆଉ ଶିଶୁ କନ୍ୟାର ବେକରେ ଦାଗ ରହିଥିବା ଏବଂ ସିନ୍ଦୂର ଲାଗିଥିବାରୁ ଗୁଣି ପାଇଁ ଶିଶୁକୁ ହତ୍ୟା କରାଯାଇଥିବା ନେଇ ଗାଁ ଲୋକଙ୍କ ସନ୍ଦେହ ଘନିଭୂତ ହେବା ପରେ ଦେଖାଦେଇଥିଲା ଉତ୍ତେଜନା, ଆଉ ଗାଁ ଲୋକ ହତ୍ୟା କରିଥିବା ସନ୍ଦେହରେ ଉକ୍ତ ମହିଳାଙ୍କୁ ମାଡ ମାରିଥିଲେ। ମୃତ ଶିଶୁକନ୍ୟାର ପରିବାର ଲୋକ କହିଛନ୍ତି ପୂର୍ବରୁ ଏହି ମହିଳା ଜଣକ ଘରେ ପୁଜା କରିଆସୁଥିଲେ । ଶିଶୁକୁ ଖୋଜିବା ସମୟରେ ଛୁଆ ଚୋରି ହୋଇଥିବା ନେଇ ସଂଧ୍ୟା କହିଥିବାବେଳେ ପରେ ତାଘରୁ ମୃତ ଦେହ ଉଦ୍ଧାର ହୋଇଥିଲା। ତେବେ ଗୁଣି ପାଇଁ ଆଜି ଏହି ଛୁଆକୁ ହତ୍ୟା କରାଗଲା ଆଗାମୀ ଦିନରେ ଅନ୍ୟମାନଙ୍କ ପ୍ରତି ବିପଦ ରହିଛି ବୋଲି ଗ୍ରାମବାସୀ କହିବା ସହ ତୁରନ୍ତ ଏହି ହତ୍ୟାକାରୀ ମହିଳାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ।

ଶିଶୁ କନ୍ୟାକୁ ଖୋଜାଖୋଜି କରିବା ପରେ ଶିଶୁର ମୃତ ଦେହ ପଡୋଶୀ ଘର ବନ୍ଦ ବାକ୍ସ ଭିତରୁ ବାହାରିବା ଦେଖାଦେଇଥିଲା ଉତ୍ତେଜନା। ଏବଂ ଗ୍ରାମବାସୀ ମାନେ ଡାହାଣି ସନ୍ଦେହରେ ସଂଧ୍ୟା ନାଗ ଓ ନବୀନା ସା ନାମକ ମହିଳାଙ୍କୁ ମାଡ ମାରିଥିଲେ। ପରେ ଗୋବିନ୍ଦପୁର ପୋଲିସ ଓ ଧୁରୁଆଡିହି ପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ଶାନ୍ତ କରାଇଥିଲେ। ସୁନ୍ଦରଗଡ ଅତିରିକ୍ତ ଏସ.ପି.ସଦର ଏସଡିପିଓ ପହଂଚି ଲୋକେ ମାଡ ମାରିଥିବା ୨ମହିଳାଙ୍କୁ ହେପାଜତକୁ ନେଇ ଆରମ୍ଭ କରିଥିଲେ ତଦନ୍ତ। ସମସ୍ତ ଦିଗକୁ ନଜରରେ ରଖି ପୋଲିସ ତଦନ୍ତ କରୁଥିବା ଅତିରିକ୍ତ ଏସ.ପି କହିଛନ୍ତି।

ଡାହାଣି ସନ୍ଦେହରେ ମାଡ ଖାଇଥିବା ୨ ମହିଳା କିନ୍ତୁ ବର୍ତମାନ ପରସ୍ପରକୁ ଦୋଷାରୋପ କରୁଛନ୍ତି , ଜଣେ ଅନ୍ୟ ଜଣେ ଉପରେ ଦୋଷ ଲଦି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ପରିସ୍ଥିତି ଦେଖି ପୋଲିସ ୨ମହିଳାଙ୍କୁ ଏବେ ଗିରଫ କରି ଘଟଣାର ତଦନ୍ତ କରୁଛି।

ଘଟଣା ଯାହା ହେଉନା କାହିଁକି ଏହାରି ଭିତରେ ଯାଇଛି ନିଷ୍ପାପ ଶିଶୁର ଜୀବନ, ଦୁନିଆର ଭଲ ମନ୍ଦ ବୁଝିବା ପୁର୍ବରୁ ଲିଭିଯାଇଛି ତାର ଜୀବନ ଦୀପ। ତେବେ ଏକବିଂଶ ଶତାଦ୍ଦୀରେ ଯେଉଠି ମଣିଷ ଚନ୍ଦ୍ରରେ ନିଜର ସ୍ଥିତି ଜାହିର କରିବାକୁ ଚିନ୍ତା କଲାଣି ସେଠି ଅନ୍ଧବିଶ୍ବାସ ପାଇଁ ଜୀବନ ଜିବା ନିହାତି ଭାବେ ସଚେତନତାର ଅଭାବ କୁହାଯିବ।

   Related Posts