ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ, ଡ୍ରାଇଭର ସମେତ ୪ ଗୁରୁତର

Published By : Prameya-News7 Bureau | March 30, 2019 IST

କେନ୍ଦ୍ରାପଡା ୩୦|୩ : ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ । କଟକ ଚାନ୍ଦବାଲି ରାସ୍ତାର ନାଳିଆମୁହଁ ଛକ ନିକଟରେ ରାସ୍ତାକଡ଼କୁ ଓଲଟି ପଡିଛି ଆମ୍ବୁଲାନ୍ସ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ର ଭିତରକନିକା  ଅଞ୍ଚଳରୁ ରୋଗୀ ନେଇ ଆମ୍ବୁଲାନ୍ସଟି କଟକ ବଡ଼ମେଡିକାଲକୁ ଯାଉଥିଲା । ଆମ୍ବୁଲାନ୍ସ ଡ୍ରାଇଭର ସମେତ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ  କଟକ ବଡ଼ ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.