Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଶନିବାର ତୃତୀୟା ଓ ଚତୁର୍ଥୀର ଶୁଭ ସଂଯୋଗ: ବିଧି ଅନୁସାରେ କରନ୍ତୁ ପୂଜା, ଜାଣନ୍ତୁ ଶୁଭ ମୁହୂର୍ତ୍ତ

8/10/2021 at 6:28 PM

ଭୁବନେଶ୍ୱର ୦୮/୧୦ : ପବିତ୍ର ନବରାତ୍ରିରେ ମା’ ଦୁର୍ଗାଙ୍କ ୯ ସ୍ୱରୂପର ପୂଜାର୍ଚ୍ଚନା କରାଯାଇଥାଏ। ଅକ୍ଟୋବର ୭ ତାରିଖରୁ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି। ଏଥର ନବରାତ୍ରି ୮ ଦିନ ପଡିବ। ତୃତୀୟ ଓ ଚତୁର୍ଥ ନବରାତ୍ରି ଶନିବାର ଦିନ ଏକାସାଙ୍ଗେ ପଡୁଛି। ୯ ତାରିଖ, ଶନିବାର ସକାଳ ୭ଟା ୩୮ ମିନିଟ ଯାଏଁ ତୃତୀୟା ତିଥି ଓ ଏହାପରେ ଚତୁର୍ଥୀ ତିଥି ଲାଗିବ। ତୃତୀୟା ତିଥିରେ ମା’ଙ୍କ ତୃତୀୟ ସ୍ୱରୂପ ମା’ ଚନ୍ଦ୍ରଘଣ୍ଟା ଓ ଚତୁର୍ଥୀ ତିଥିରେ ମା’ଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ। ଜାଣନ୍ତୁ ପୂଜା ବିଧି ଓ ଶୁଭ ମୁହୂର୍ତ୍ତ:

ସକାଳେ ଉଠି ସ୍ନାନ ସାରି ପୂଜା ସ୍ଥାନରେ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧ କରିବେ। ଏହାପରେ ପୂଜା ସ୍ଥାନରେ ଦୀପ ପ୍ରଜ୍ବଳିତ କରିବେ। ମା’ ଦୁର୍ଗାଙ୍କୁ ଗଙ୍ଗାଜଳରେ ଅଭିଷେକ କରିବେ। ମା’ଙ୍କୁ ଅକ୍ଷତ, ସିନ୍ଦୁର, ଲାଲ ଫୁଲ ଅର୍ପଣ କରିବେ। ପ୍ରସାଦରେ ଫଳ ଓ ମିଠା ଭୋଗ କରିବେ। ଧୂପ ଓ ଦୀପ ଲଗାଇ ଦୁର୍ଗା ଚାଳିଶା ପାଠ କରିବେ ଓ ମା’ଙ୍କ ଆଳତୀ କରିବେ।

ଶୁଭ ମୁହୂର୍ତ୍ତ :

ବ୍ରହ୍ମ ମୁହୂର୍ତ୍ତ – ସକାଳ ୪ଟା ୪୦ ରୁ ୫ଟା ୨୯ ମିନିଟ

ଅଭିଜିତ ମୁହୂର୍ତ୍ତ – ୧୧ଟା ୪୫ ମିନିଟରୁ ୧୨ଟା ୩୧ ମିନିଟ

ବିଜୟ ମୁହୂର୍ତ୍ତ – ୨ଟା ୫ ମିନିଟରୁ ୨ଟା ୫୧ ମିନିଟ

ଗୋଧୂଳି ମୁହୂର୍ତ୍ତ – ୫ଟା ୪୬ ମିନିଟରୁ ୬ଟା ୧୦ ମିନିଟ

ଅମୃତ ବେଳା – ସକାଳ ୮ଟା ୪୮ ମିନିଟରୁ ୧୦ଟା ୧୫ ମିନିଟ

ରବି ଯୋଗ – ସକାଳ ୬ଟା ୧୮ ମିନିଟରୁ ଅପରାହ୍ନ ୪ଟା ୪୭ ମିନିଟ

   Related Posts