ବାହା ହେଲେ ୩୬ ଇଞ୍ଚ ଉଚ୍ଚତାର ବରକନ୍ୟା

Published By : Prameya-News7 Bureau | March 19, 2019 IST

ଖଣ୍ଡବା ୧୯/୩ : କଥାରେ ଅଛି ବିବାହ ଏବଂ ଯୋଡି ଭଗବାନ ତିଆରି କରିଥାନ୍ତି | ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶ ଖଣ୍ଡବା ଜିଲ୍ଲାରେ | ଜଣେ ୩୬ ବର୍ଷ ବୟସ୍କ ଧନେଶ ଏବଂ ଚେତନା ବିବାହ କରିଛନ୍ତି | ଗତ ୧୦ ବର୍ଷ ହେଲା ଧନେଶ ନିଜ ପାଇଁ ଝିଅ ଖୋଜୁଥିଲେ | ସେ ଶିକ୍ଷିତ ହେବା ସହ ଭଲ ସରକାରୀ ଚାକିରୀ ମଧ୍ୟ କରନ୍ତି | ସବୁକିଛି ଥାଇ ମଧ୍ୟ ତାଙ୍କୁ ଝିଅ ମିଳୁନଥିଲେ | କାରଣ ବିବାହ ପାଇଁ ବାଧକ ସାଜିଥିଲା ତାଙ୍କ ଉଚ୍ଚତା | ଧନେଶଙ୍କ ଉଚ୍ଚତା ମାତ୍ର ୩ ଫୁଟ ଅର୍ଥାତ ୩୬ ଇଞ୍ଚ | ତେବେ ନିଜ ଉଚ୍ଚତାର ଝିଅ ଖୋଜିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା | ନିମାଡ଼ ଅଂଚଳରେ ଜଣେ ୩୬ ଇଂଚ ଉଚ୍ଚତା ବିଶିଷ୍ଟ ଝିଅ ଥିବା ସେ ଜାଣିବାକୁ ପାଇଥିଲେ | ଏହାପରେ ଉଭୟଙ୍କ ବିବାହ ଠିକ ହୋଇଥିଲା ଏବଂ କିଛି ଦିନ ପରେ ହିଁ ବିବାହ ସମ୍ପନ୍ନ ହୋଇଥିଲା |

{"id":94974}


ଧନେଶଙ୍କ ୪ ଭାଇ ଭଉଣୀ | ଧନେଶ ସମସ୍ତଙ୍କ ଠାରୁ ସାନ, ବୟସରେ ମଧ୍ୟ ଏବଂ ଉଚ୍ଚତାରେ ମଧ୍ୟ | ତାଙ୍କ ୩ ଭଉଣୀ ଏବଂ ଭାଇଙ୍କ ଉଚ୍ଚତା ସ୍ୱାଭାବିକ | କମ ଉଚ୍ଚତା ପାଇଁ ତାଙ୍କୁ ପିଲା ଦିନୁ ଅନେକ ମାନସିକ ପ୍ରତାଡନାର ଶିକାର ହେବାକୁ ପଡିଥିଲା |

{"id":94975}


ସେ ପିଲା ଦିନୁ ହିଁ ଶିକ୍ଷା ବିଭାଗରେ କାମ କରିବା ପାଇଁ ଚାହୁଁଥିଲେ | ତାଙ୍କୁ ପଂଚାୟତ ସଚିବ ପଦବୀରେ ଚାକିରୀ ମିଳିଛି | ଭଲ ଚାକିରୀ ପାଇବ ପରେ ସେ ନିଜ ପାଇଁ ଏକ ଜୀବନସାଥୀ ଖୋଜିଥିଲେ | କିନ୍ତୁ ତାଙ୍କୁ ନିଜ ଉଚ୍ଚତାର ଝିଅ ମିଳିନଥିଲା | ଶେଷରେ ସେ ହରି ଯାଇଥିଲେ | ଏତିକିବେଳେ ସେ ଶୁଣିବାକୁ ପାଇଥିଲେ ଯେ, ବଡ଼ବାଣି ଜିଲ୍ଲାର ମଡବାଣରେ ତାଙ୍କ ଉଚ୍ଚତାର ଜଣେ ଶିକ୍ଷିତ ଯୁବତୀ ଅଛନ୍ତି | ଖବରପାଇ ସେ ସେହି ଗାଁକୁ ଯାଇଥିଲେ | ସେ ୩ ଫୁଟ ଉଚ୍ଚ ଚେତନାଙ୍କୁ ସାକ୍ଷାତ କରିଥିଲେ |

{"id":94976}


ଏହାପରେ ଉଭୟ ପରସ୍ପରକୁ ବିବାହକୁ ନେଇ ଆଲୋଚନା କରିଥିଲେ ଏବଂ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ | ଚେତନା ଧନେଶଙ୍କ ଠାରୁ ବୟସରେ ୮ବର୍ଷ ସାନ | ସେ ମଧ୍ୟ ଅର୍ଥଶାସ୍ତ୍ରରେ ଏମଏ କରିଛନ୍ତି | ସେ ମହିଳା ସଶକ୍ତକାରଣ ଉପରେ କାମ କରିବାକୁ ଇଛୁକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.