ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ୩୨ ପ୍ରସ୍ତାବରେ ଲାଗିଲା ମୋହର

Published By : Prameya-News7 Bureau | May 18, 2022 IST

ଭୁବନେଶ୍ୱର, ୧୮/୦୫: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏହାପରେ ୩୨ ପ୍ରସ୍ତାବକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଥିବା ଜଣାପଡ଼ିଛି ।   

ମିଶନ ଶକ୍ତି ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି। ପାନୀୟ ପ୍ରକଳ୍ପ ଉପରେ କ୍ୟାବିନେଟରେ ଗୁରୁତ୍ଵାରୋପ କରାଯାଇଛି। ସଚିବ ସୁରେଶ ମହାପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି। ମିଶନ ଶକ୍ତି ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୪୯୭୩ କୋଟି ଟଙ୍କା। କ୍ୟାବିନେଟ୍ ନିଷ୍ପତ୍ତି ନେଇ ମୁଖ୍ୟ ମିଶନ ଶକ୍ତି ମହିଳା ଗୋଷ୍ଠୀକୁ ୫୦ ହଜାର କୋଟିର ବ୍ୟାଙ୍କ ଋଣ ମିଳିବ। ମିଶନ ଶକ୍ତି ଉତ୍ପାଦ ସାମଗ୍ରୀ ବିକ୍ରି ପାଇଁ ୫୦୦ ବଜାର ସୃଷ୍ଟି କରାଯିବ। ଭୁବନେଶ୍ଵର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ହେବ ବ୍ୟାରେଜ। ପାଣ୍ଡରା ନିକଟରେ ୧୨୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ବ୍ୟାରେଜ। ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.