ରାଜଧାନୀରେ ଲାଗି ରହିଛି ବର୍ଷା, ବୁଲି ବୁଲି ଭୋକିଲାଙ୍କୁ ଖାଦ୍ୟ ବାଣ୍ଟିଲେ ଛାତ୍ରୀ

Published By : Prameya-News7 Bureau | December 05, 2021 IST

ଭୁବନେଶ୍ୱର, ୦୫/୧୨: ରାଜଧାନୀରେ ଗତ କାଲିଠାରୁ ଲାଗିରହିଛି ବର୍ଷା । ଆଜି ସକାଳୁ ଅନେକ ସ୍ଥାନରେ ଦୋକାନ ବଜାର ବନ୍ଦ । ପ୍ରତିଦିନ କାମକୁ ଯାଇ ରୋଜଗାର ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଚୁଲି ଜଳି ନାହିଁ । ଖାଇବା କଥା ପଚାରେ କିଏ । ଠିକ ଏହି ସମୟରେ କେନ୍ଦ୍ରାପଡ଼ାର ଝିଅ ଯିଏ କି ଯୁକ୍ତ୩ ରେ ଅଧୟନ କରିବା ସହିତ ଭୁବନେଶ୍ୱରରେ ଏକ ବେସରକାରୀ ସଂସ୍ଥାରେ ଚାକିରୀ କରନ୍ତି । ନିଜେ ସଞ୍ଚୟ କରି ରଖିଥିବା ଅର୍ଥରେ ସରା ରାଜଧାନୀ ବୁଲି ବୁଲି ରାସ୍ତା କଡରେ ଭୋକ ଉପାସରେ ଥିବା ପ୍ରାୟ ୭୦ ଜଣରୁ ଉର୍ଦ୍ଧ୍ୱ ଲୋକଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଛନ୍ତି । ସେ କହିଛନ୍ତି ଏଭଳି ସମୟରେ ଭୋକିଲା ଲୋକ ମୁହଁରେ ହସ ଟିକେ ଦେଖିଲେ ତାଙ୍କୁ ଖୁସିଲାଗେ । ଅନ୍ୟମାନଙ୍କ ପାଇଁ ଏହି ଛାତ୍ରୀ କାଜଲ ନିଶ୍ଚିତ ଭାବେ ଉଦାହରଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.