ପିକ୍‌ଅପ୍ ଭ୍ୟାନ୍‌ରୁ ୩ ଲକ୍ଷ ଟଙ୍କା ଜବତ, ୩ ଅଟକ

Published By : Prameya-News7 Bureau | March 31, 2019 IST

ନୂଆପଡା ୩୧|୩ : ନୂଆପଡା ଜିଲ୍ଲା ଖଡିଆଳ ଥାନା ମହରା ଛକଠାରେ ପିକ୍ ଅପ୍ ଭ୍ୟାନ୍ ରୁ ୩ ଲକ୍ଷ ଟଙ୍କା ଜବତ ହୋଇଛି । ଟଙ୍କା ଜବତ କରି ୩ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରହିଛି । ଅଟକ ୩ଜଣ ମହମ୍ମଦ ସମୀର, ମହମ୍ମଦ ଅସରଫ, ମହମ୍ମଦ ଜମିର ଛେଳି ବ୍ୟବସାୟୀ ହୋଇଥିବା ସୂଚନା ମିଳୁଛି । ତେବେ ତଦନ୍ତ ପରେ ହିଁ ସବୁ ସ୍ପଷ୍ଟ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଖଡିଆଳ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ନିର୍ବାଚନୀ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା କିଶୋର କୁମାର ସାହୁ ମୋହରା ଛକଠାରେ ଗାଡି ଚେକ୍ କରୁଥିବା ସମୟରେ ପିକଅପ ଭ୍ୟାନକୁ ଅଟକାଇଥିଲେ । ଯେଉଁଥିରେ ୩ ଜଣ ବସିଥିବା ବେଳେ ତଦାରଖ ସମୟରେ ଗାଡିରୁ ୩ ଲକ୍ଷ ୧୦ ହଜାର ଟଙ୍କା ବାହାରିଥିଲା । ନିର୍ବାଚନ ସମୟ ହୋଇଥିବାରୁ ଏହି ଟଙ୍କା ର ନିର୍ବାଚନ ସହ କଣ ସମ୍ପର୍କ ରହିଛି କି ନାହିଁ ତା ଉପରେ ଅଧିକ ତଦନ୍ତ ପାଇଁ ୩ ଜଣଙ୍କୁ ଅଟକ ରଖିବା ସହ ଗାଡି ମଧ୍ୟ ଖଡିଆଳ ଥାନାରେ ରଖାଯାଇଛି । ତେବେ ଟଙ୍କାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ସନ୍ତୋଷଜନକ ପ୍ରମାଣ ମିଳିଲେ ଛାଡି ଦିଆଯିବ ବୋଲି ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.