ବେଆଇନ୍ ଭାବେ ଗଛ କାଟିବା ବେଳେ ୩ କଟାଳିଙ୍କୁ ମାଡି ବସିଲେ ରେଞ୍ଜର: ଟାଙ୍ଗିଆ-କରତକୁ ଜବତ କଲା ବନ ବିଭାଗ

Published By : Prameya-News7 Bureau | October 21, 2020 IST

ପାଟଣା୨୧/୧୦: ବେଆଇନ୍ ଭାବେ ଗଛ କାଟିବା ଅଭିଯୋଗରେ ୩ ଗିରଫ।  କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଜୟପୁର ଗ୍ରାମର ରଘୁ ସାହିରେ ବେଆଇନ ଭାବେ ଗଛ କଟା ଚାଲିଥିଲା। କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇବା ପରେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ଘଟଣାସ୍ଥଳରେ ପହଁଞ୍ଚି ୨୬ ଖଣ୍ଡ ଶାଳ କାଠର ରୁଅକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛନ୍ତି। ଖାଲି ସେତିକି ନୁହେଁ ଗଛ କାଟିବା ପାଇଁ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଏବଂ କରତକୁ ବନ ବିଭାଗର କର୍ମଚାରୀ ଜବତ କରିଛନ୍ତି।

 ଦୀର୍ଘଦିନ ହେବ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଜୟପୁର ଗ୍ରାମର ରଘୁ ସାହିରେ ବେଆଇନ ଭାବେ ଗଛ କଟା ଚାଲିଥିଲା। ଏ ନେଇ ନ୍ୟୁଜ୍ ସେଭେନର ଡିଜିଟାଲ ପ୍ଲାଟଫର୍ମରେ ବାରମ୍ବାର ଖବର ମଧ୍ୟ ପ୍ରସାରଣ କରାଯାଇଥିଲା। ଆଜି ପାଟଣା ବନ ବିଭାଗ କର୍ମଚାରୀ ବେଆଇନ୍ ଗଛ କାଟିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛନ୍ତି।  ଗିରଫ ଅଭିଯୁକ୍ତ ହେଲେ ବାହାରୁଦ୍ଦିନ ଆଂସାରୀ,  ସାଫାଉଲ ଆଂସାରୀ ଓ ଇଶ୍ରାଏଲ ଆଂସାରୀ। ସମସ୍ତଙ୍କୁ ବେଆଇନ ଗଛ କଟା ଅଭିଯୋଗରେ ଗିରଫ କରାଯାଇଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି। ଏହି ୩ ଗଛ କାଟାଳି ଝାଡ଼ଖଣ୍ଡର ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.